ନେତା ଓ ପ୍ରଶାସନକୁ ଚେତାବନୀ ଦେଲେ ତେନ୍ତୁଳୀଗୁମ୍ମା ଗ୍ରାମବାସୀ

ବୈପାରୀଗୁଡା(ଏନ ସନ୍ତୋଷ କୁମାର): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ସହିଦ ଲକ୍ଷ୍ମଣ ନାୟକ ଜନ୍ମ ଗ୍ରାମ ତେନ୍ତୁଳୀଗୁମ୍ମା ପଂଚାୟତର ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ୧୩ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସହିଦ ମାଟିରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ଦେଖାଯାଉ ନ ଥିବାର ଅଭିଯୋଗ ଗ୍ରାମବାସୀ କରିଛନ୍ତି |

ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏବଂ ନେତା ମାନେ ବର୍ଷକୁ ଦୁଇ ଥର ଏଠାକୁ ଆସନ୍ତି ଏବଂ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିନରେ ଓ ଫସି ଦିବସରେ ଫୁଲମାଳ ପ୍ରତିମୂର୍ତ୍ତିରେ ଦେଇ ଦେଇ ପଂଚାୟତର ଉନ୍ନତି କରିବା ଭାଷଣ ଦେଇ ପରେ ଭୁଲିଯାନ୍ତି | ଏଣୁ ଆଗାମୀ ନଭେମ୍ବର ୨୨ ତାରିଖରେ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିନରେ କୌଣସି ପ୍ରଶାସନ କି ନେତାଙ୍କୁ ଗାଁରେ ପସେଇ ଦେବୁ ନାହିଁ , ଆମେ ନିଜେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଗ୍ରାମବାସୀ ପୂଜା କରିବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି | ଉକ୍ତ ଦାବି ମଧ୍ୟରୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ, ସହିଦ ଲକ୍ଷ୍ମଣ ନାୟକ ସଂଗ୍ରହାଳୟ, ପଂଚାୟତର ସମସ୍ତ ଗାଁ କୁ ବିଦ୍ୟୁତ ସଂଯୋଗ, କୋରାପୁଟ ଠାରୁ ତେନ୍ତୁଳୀଗୁମ୍ମା ବସ ସେବା, ପଶୁ ଚିକିତ୍ସକ ନିଯୁକ୍ତି, ଦଂଡବଡୀ ଠାରୁ ତେନ୍ତୁଳୀଗୁମ୍ମା କୁ ପୋଲ ସହ ରାସ୍ତା ନିର୍ମାଣ, ନଦୀଠାରେ ବନ୍ଧ ନିର୍ମାଣ କରି ଜଳସେଚନ ସୁବିଧା, ନଦୀଘାଟରେ ଦଙ୍ଗା ସୁବିଧା ଆଦି ଯୋଗାଇ ଦେବାପାଇଁ ଉଲ୍ଲେଖ ଅଛି |

Comments are closed.