Tuesday, March 19, 2024

Top 5 This Week

Related Posts

ଜିରୋ ନାଇଟକୁ ବିଦାୟ ଦେଇ ୨୦୨୨ କୁ ସ୍ୱାଗତ କଲେ କୋଇଲି ସୂତା ଗ୍ରାମବାସୀ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୧/୦୧) : ଜିରୋ ନାଇଟକୁ ବିଦାୟ ଦେଇ ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମରେ ଏକ ନିରଡ଼lମ୍ବର ଭାବେ ପାଳନ କରାଯାଇଛି |

ଜିରୋ ନାଇଟକୁ ବିଦାୟ ଦେଇ ୨୦୨୨ ନୂତନ ବର୍ଷ କୁ ସ୍ୱାଗତ ! ଗ୍ରାମ ର ସମସ୍ତେ ଏକତ୍ରିତ ହୋଇ ୨୦୨୧ କୁ ବିଦାୟ ଦେଇ ଆଜିର ଶୁଭ ସନ୍ଧ୍ୟାରେ ୨୦୨୨ କୁ ସ୍ୱାଗତ ଜଣାଇ ଥିଲେ ଗ୍ରାମବାସୀ | ସର୍ବ ପ୍ରଥମେ ଗ୍ରାମର ବିଗତ ବର୍ଷ ରେ କୋଭିଡ ମହାମାରୀରେ ସଂଗ୍ରାମ କରି ଇହ ଧାମ ତ୍ୟାଗ କରିଥିବା ସ୍ବର୍ଗତ ସମସ୍ତ ଙ୍କ ପ୍ରିୟ ଉଦ୍ଧବ ଜଗଦଲା ଓ ମହାନ ବ୍ୟକ୍ତି କିଶୋରୀ କର୍ଣ୍ଣଙ୍କ ଏବଂ ସାରା ବିଶ୍ୱରେ ଏହି ମହାମାରୀରେ ଅପ ମୃତ୍ୟୁ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସତଗତି ଓ ୨୦୨୨ ନବ ବର୍ଷ ରେ ସମସ୍ତ ଙ୍କ ଶୁଭକାମନା କରି ମା ଇଷ୍ଟ ଦେବୀ ବୁଢ଼ୀବାଉରୀଙ୍କ ଠାରେ ଶୁଭ ମନସୀ ଥିଲେ ଗ୍ରାମବାସି | ଶେଷରେ କୋଭିଡ କଟକଣା କୁ ମାନି ସମସ୍ତେ ଖୁସି ରେ କିଛି ସମୟ ପାଇଁ ନୂତନ ବର୍ଷ କୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ୨୦୨୨ କୁ ସ୍ୱାଗତ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles