ମଧ୍ୟରାତ୍ରରେ ବ୍ରିଜରେ ସଡକ ଦୁର୍ଘଟଣା- ଅଳ୍ପକେ ବର୍ତ୍ତିଲା ଟ୍ରକ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡାର କପିଳାସ ଛକ ନିକଟରେ ମଧ୍ୟ ରାତ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଗୋଟିଏ କାଠ ବଝେଇ ଟ୍ରକ ।

ଟ୍ରକଟି ଆନ୍ଧ୍ରରୁ ଜେକେ କାଗଜ କଳକୁ ଯାଉଥିଲା । ଓଭର ବ୍ରିଜ ଉପରୁ ଓଲ୍ହାଉଥିବା ସମୟରେ ଗୋଟିଏ ବାଇକ ଚାଳକକୁ ସାଇଡ ଦେଇ, ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏଥିରେ କାହାରିକୁ କିଛି କ୍ଷୟ କ୍ଷତି ହୋଇନି । ଟ୍ରକଟି ରାସ୍ତାରେ ଓଲଟି ପଡିଛି । ଜେସିବି ଆସି ଟ୍ରକ ଓ କାଠ ଗୁଡାକ ଉଠାଇ ରଖିଛନ୍ତି । ବାରମ୍ବାର ଏପରି ଘଟଣା ଓଭର ବ୍ରିଜ ଉପରେ ଘଟୁଥିବା ଯୋଗୁଁ ଜନ ସାଧାରଣ ଚିନ୍ତା ବ୍ୟକ୍ତ କରିଛନ୍ତି ।

Comments are closed.