Friday, March 29, 2024

Top 5 This Week

Related Posts

ଛେଳି ଚୋରି ଅଭିଯୋଗରେ ସିନ୍ଧେକେଲା ଥାନା ଏଏସଆଇ ନିଲମ୍ବିତ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ସିନ୍ଧେକେଲା, ତା (୦୧/୦୧) : ଛେଳି ଚୋରି ଅଭିଯୋଗରେ ସିନ୍ଧେକେଲା ଥାନା ଏଏସଆଇ ନିଲମ୍ବିତ ! ଚାକିରୀ କରିବ ପୋଲିସି, ମାଛ ଖାଇବ ଇଲିସି, ଏକ ପ୍ରବାଦ ଅଛି । ପୋଲିସ ଥାନା କୁ ଲୋକେ ଏବେ ସୁଦ୍ଧା ଯିବାକୁ ଭୟ କରନ୍ତି, ଅନେକ ମାମଲା କିଛି ଦୁର୍ନୀତି ଗ୍ରସ୍ଥ ଅଧିକାରୀ ଙ୍କ ପାଇଁ ପୋଲିସ କୁ ଚୋର ବଦଳରେ ସାଧାରଣ ଡରି ଥାନା ଯାଇ ରୁଜୁ କରନ୍ତି ନାହିଁ । ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର ବଦଳରେ ଓଲଟା ନିୟମ ଦେଖାଯାଉଛି ।c13ed9a7 2e23 404b a8cb 851237d283e2 ଛେଳି ଚୋରି ଅଭିଯୋଗରେ ସିନ୍ଧେକେଲା ଥାନା ଏଏସଆଇ ନିଲମ୍ବିତ

ଜଣେ ବ୍ୟକ୍ତି ଥାନା କୁ ନିଜ ଛେଳି ଚୋରି ମାମଲା ନେଇ ଗୁହାରୀ କରି ଥାନା ରେ ଆକ୍ରମଣ ର ଶିକାର ହେବା ଘଟଣା ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ଛେଳି ଚୋରି ଅଭିଯୋଗରେ ସିନ୍ଧେକେଲା ଥାନା ଏଏସଆଇ ନିଲମ୍ବିତ । ଏଏସ୍ଆଇ ସୁମନ ମଲ୍ଲିକଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସପି । ବଲାଙ୍ଗିର ସିନ୍ଧେକେଲା ପୋଲିସ ଛେଳି ଚୋରି କରି ଭୋଜି କରିଥିବା ଓ ଥାନା କ୍ୱାର୍ଟର ରେ ଯାହା ଥାନା ପରିସରରେ ରହିଛି ସେଠି ଭୋଜି ଆୟୋଜନ ଭଳି ଅଭିଯୋଗ ହୋଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ସିନ୍ଧେକେଲା ଥାନା ଘେରାଉ କରିଥିଲେ । ସୂଚନାଯୋଗ୍ୟ, ସିନ୍ଧେକେଲା ଥାନାରେ ଏଏସ୍ଆଇ ଥିବା ସୁମନ ମଲ୍ଲିକ ଓ କିଛି କର୍ମଚାରୀ ଥାନା ପରିସରକୁ ଚରିବା ପାଇଁ ଆସିଥିବା ଦୁଇଗୋଟି ଛେଳିକୁ ଭୋଜି ଭାତ କରି ଖାଇବା ପାଇଁ କାଟୁଥିଲେ ।

ଏହି ସମୟରେ ମାଲିକ ସଂକୀର୍ତ୍ତନ ଗୁରୁ ଛେଳିକୁ ଖୋଜି ଖୋଜି ଥାନା ପଛପଟେ ଥିବା ଷ୍ଟାଫ କ୍ବାର୍ଟର୍ସ ଆଡ଼କୁ ଯାଇଥିଲେ । ଛେଳି ଚିତ୍କାର କରୁଥିବା ଶବ୍ଦ ଶୁଣି ଖୋଜି ଖୋଜି କଟା ଯାଉଥିବା ସ୍ଥାନରେ ପହଞ୍ଚିଥିଲେ । ଉକ୍ତ ଛେଳି ତାଙ୍କର ବୋଲି କହି ପ୍ରତିବାଦ କରିଥିଲେ । ଛେଳି ମାଲିକଙ୍କୁ ଧକ୍କା ମାରିବା ସହ ସାର୍ଟ କଲର ଧରି ଥାନାରେ ପୂରାଇ ଦେବାକୁ ଏଏସ୍ଆଇ ସୁମନ ମଲ୍ଲିକ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସିନ୍ଧେକେଲା ଥାନା ସାମ୍ନାରେ ଉତ୍ତେଜନା ଦେଖାଦେଇଥିଲା ।

ପୁଲିସର ଏ ପ୍ରକାର କାର୍ଯ୍ୟକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ । ଶୁକ୍ରବାର ଆଇଆଇସି ଆଲୋକ ବେହେରା ବଲାଙ୍ଗୀର ଏସ୍ପି ଅଫିସକୁ ମିଟିଙ୍ଗ ପାଇଁ ଯାଇଥିଲେ । ଥାନା ସାମ୍ନାରେ ଉତ୍ତେଜନା ହେଉଥିବା ଜାଣି ବଣିକ ସଂଘ ସଭାପତି ସୁବାସ ଜୈନ, ପୂର୍ବତନ ସରପଞ୍ଚ ନରେଶ ଅଗ୍ରଓ୍ବାଲ, ସମାଜସେବୀ ଅନିଲ ତ୍ରିପାଠୀ, ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ, ଦୀନେଶ ଜୈନ ପ୍ରମୁଖ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ ।

ଥାନାଧିକାରୀଙ୍କୁ ଫୋନରେ ଜଣାଇବା ପରେ ସେ ଦୋଷୀ ବିରୋଧରେ ଦୃ୍ଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିବା ପରେ ଉତ୍ତେଜନା କମିଥିଲା । ପରେ ଆଇଆଇସି ଥାନାକୁ ପହଞ୍ଚି ଛେଳି ମାଲିକ ସଂକୀର୍ତ୍ତନ ଗୁରୁ ଓ ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ । ଦୋଷୀ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ପରିବାର ବର୍ଗ କିପରି ନ୍ୟାୟ ପାଇବାକୁ ଚାହୁଛନ୍ତି ବୋଲି ଆଇଆଇସି ପଚାରିଥିଲେ । ଛେଳି ମାଲିକଙ୍କ ପରିବାର ଲୋକେ ଛେଳି ର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ ।

ବଲାଙ୍ଗୀର ଜିଲ୍ଲାରେ ଜଣେ ପୁଲିସ ବାବୁ ଏହି ବହୁ ପ୍ରଚଳିତ ଋଢ଼ି ଭଳି କାମ କରି ଫସିଛନ୍ତି । ପୁଲିସ ବାବୁ ଚୋରି ଅଟକାଇବେ କ’ଣ ନିଜେ ଚୋରି କରି ନିଲମ୍ବିତ ହୋଇଛନ୍ତି । ଜାଣିଲେ ଆଶ୍ଚର୍ୟ୍ୟ ହେବେ ପୁଲିସ ବାବୁ ଜଣଙ୍କ କାହା ଘରେ ପଶି କିଛି ଚୋରି କରିନାହାନ୍ତି କି କୌଣସି ଦୋକାନରେ ପଶି ଲୁଟି ନାହାନ୍ତି । ମହାଶୟ ଏକ ଛେଳି ଚୋରି କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ଘଟଣା ଘଟିଛି ବଲାଙ୍ଗୀର ସିନ୍ଧକେଲା ଥାନା ଅଞ୍ଚଳରେ । ନିଲମ୍ବିତ ହୋଇଥିବା ପୁଲିସ ବାବୁ ଜଣଙ୍କ ଥାନାର ଏଏସଆଇ ସୁମନ ମଲ୍ଲିକ । ବଲାଙ୍ଗୀର ଏସପି ନୀତିନ କୁସଲକର ସୁମନଙ୍କୁ ନିଲମ୍ବିତ କରିଛନ୍ତି । ନୂଆବର୍ଷରେ ଭୋଜି କରିବା ଲୋଭରେ ପୁଲିସ ବାବୁ ଏହି କାଣ୍ଡ ଘଟଇଛନ୍ତି ।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଏକ ଛେଳି ଥାନା ଭିତରକୁ ପଶି ଯାଇଥିଲା । ହେଲେ ରାତି ପର୍ଯ୍ୟନ୍ତ ଛେଳିଟି ଥାନାରୁ ଫେରି ନଥିଲା । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଛେଳି ନମିଳିବାରୁ ମାଲିକ ଗ୍ରାମବାସୀଙ୍କୁ ସବୁ କଥା କହିଥିଲେ । ଏହାପରେ ଗ୍ରାମବାସୀ ଏକାଠି ହୋଇ ଥାନା ପରିସରରେ ଖୋଜାଖୋଜି କରିବା ପରେ ପଛପଟେ ରକ୍ତ ଓ ଛେଳିର ହାଡଗୋଡ଼ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଏହାପରେ ଛେଳି ମାଲିକ ଥାନାରେ ଅଭିଯୋଗ କରିଥିଲେ । ହେଲେ ସୁମନ ତାଙ୍କୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ଏକାଠି ହେବା ସହ ଥାନା ଘେରାଉ କରି ଅଭିଯୁକ୍ତ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଆଜି ସକାଳୁ ଘଟଣା ଏସପି ନୀତିନ କୁସଲକରଙ୍କ ପାଖରେ ପହଞ୍ଚି ଥିଲା । ଏହାପରେ ଏସପି କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଏସଆଇ ସୁମନଙ୍କୁ ଚାକିରିରୁ ନିଲମ୍ବିନ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles