ତେନ୍ତୁଳୀଖୁଣ୍ଟିରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୬୨ଟି ପ୍ରକଳ୍ପ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ମୁରିବାହାଲ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ତେନ୍ତୁଳୀଖୁଣ୍ଟି ସରକାରୀ ନୋଡାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି |

ମେଳାରେ ସର୍ବମୋଟ ୬୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ପ୍ରାରମ୍ଭରେ ସ୍ଥାନୀୟ ସରପଂଚ କାଶୀନାଥ ଭୋଇ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ | ପରେ ଅନୁଷ୍ଠିତ ସଭାରେ ଡ଼ିଏଭି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡା. ଚ୍ଛାୟକାନ୍ତ ଷଡଙ୍ଘୀ ମୁଖ୍ୟ ଅତିଥି, ମୁରୀବାହଲ ବିଇଓ ଜଗନ୍ନାଥ ଧରୁଆ, ମୁରିବାହାଲ ପଂଚାୟତି ହାଇସ୍କୁଲ ର ପୀତବାସ ସାହୁ , ବିଜ୍ଞାନ ଶିକ୍ଷକ ରାଜକୁମାର ଭୋଇ,ସରପଂଚ କାଶୀନାଥ ଭୋଇ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ | ସମ୍ପାଦକ ଶ୍ରୀ ପାଣ୍ଡବ କୁମାର ତ୍ରିପାଠୀ,ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବେଳେ ବିଜ୍ଞାନ ଶିକ୍ଷକ ଶ୍ରୀମନ୍ତ ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବ୍ଲକର ସମସ୍ତ ଶିକ୍ଷକା ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ | ଶେଷରେ ସହକାରୀ ଶିକ୍ଷକ ସତ୍ୟ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.