ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର ଆଦ୍ୟାଶା ପ୍ରିୟଦର୍ଶିନୀ କୋରାପୁଟ ଜିଲ୍ଲା ପାଇଁ ଆଣିଲେ ଗୌରବ

0
205
ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର

ରିପୋର୍ଟ : ରବି ଶଙ୍କର ମହାପାତ୍ର //
କୋରାପୁଟ, (୦୧/୦୧) : କୋରାପୁଟ ଜିଲ୍ଲାର ଓଡିଶା – ଛତିଶଗଡ଼ ସୀମାରେ ଥିବା ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁ ଶ୍ରୀ ଆଦ୍ୟାଶା ପ୍ରିୟଦର୍ଶନୀ ସ୍ବାଇଁ, ପିତା ଶ୍ରୀ ବ୍ରହ୍ମ୍ମାନନ୍ଦ ସ୍ବାଇଁ ଓ ମାତା ଶ୍ରୀମତି ଶର୍ମିଷ୍ଠା ପ୍ରଧାନଙ୍କ କନ୍ୟା ଅଟନ୍ତି ।

୨୦୨୦-୨୧ ଶିକ୍ଷା ବର୍ଷରେ ଭାରଚୁଆଲ ମୋଡରେ ହୋଇଥିବା ଉଭୟ ରାଜ୍ୟ ସ୍ତରୀୟ ବିଜ୍ଞାନ ସେମିନାର ଓ ୪୭ତମ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ନିଜର ପ୍ରତିଭା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିପାରିଛନ୍ତି l ଏହା ସେ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର ଗଣିତ ଓ ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଶତପଥିଙ୍କ ତତ୍ତ୍ଵାବଧାନରେ ଓ ମାର୍ଗଦର୍ଶନ ରେ ପ୍ରସ୍ତୁତ କରିଥିଲେ l

ପ୍ରକାଶ ଥାଉକି ଏହି ଶିକ୍ଷକଙ୍କ ତତ୍ତ୍ଵା ବଧାନ ରେ ବିଗତ ଦିନରେ ଦୁଇ ଥର ଜାତୀୟ ବିଜ୍ଞାନ କଂଗ୍ରେସ ଓ ତିନି ଥର ଜାତୀୟ ବିଜ୍ଞାନ ମେଳା ଓ ଛଅ ଥର ଜୋନାଲ ସ୍ତରରେ (କୋଲକତା) ଠାରେ ଭାଗ ନେଇ ଉପାନ୍ତ ଅଞ୍ଚଳରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ରେ ପରିଣତ ହୋଇପାରିଛି ଚାନ୍ଦିଲି ଉଚ୍ଚ ବିଦ୍ୟାଳୟ। ଆଦ୍ୟାଶା ଙ୍କର ଏହି ସଫଳତାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି l