Related Contents

୬୭ତମ ଗୋ-ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲାସ୍ଥ କାଶୀପୁର ବ୍ଲକର ଟିକିରି ଠାରେ ୬୭ତମ ଗୋ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଜ଼ିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ମୁଖ୍ୟ ଅତିଥି ରୂପେ ଓ ରାୟଗଡା ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ଧଳ, ଉଦ୍ୟାନ ବିଭାଗ ଉପନିର୍ଦେଶକ ଆନନ୍ଦ କିମର ସାହୁ, ମୃତିକା ସଂରକ୍ଷଣ ଓ ଜଳଛାୟା ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଏ ନ କେ ପଶାୟତ ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଆଶିଷ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବ୍ଲକର ଶତାଧିକ ଚାଷୀ ଯୋଗଦେଇଥିଲେ | ଗାଈଗୁରୁଙ୍କୁ ସୁରକ୍ଷା ନିମନ୍ତେ ନିୟମିତ ଟୀକାକରଣ କରିବା ସହ ଗୋଶାଳା ଓ ଡାଏରୀ ଫାର୍ମ ନିର୍ମାଣ ନିମନ୍ତେ ସରକାରୀ ସହାୟତା ଲାଭ ଉଠାଇବା ନିମନ୍ତେ ଅତିଥି ମାନେ ଗୋପାଳନକାରୀଙ୍କୁ ପରାମର୍ଶ ଦେଇଥିଲେ | ସେହିପରି ଗୋସମ୍ପଦ ସୁରକ୍ଷା ଓ ବିକାଶ ସହିତ ଫଳ ଫୁଲ ଉଦ୍ୟାନ ପାଇଁ ସରକାରଙ୍କ ବିଭିନ୍ନ ସହାୟତା ସମ୍ପର୍କରେ ବୁଝାଇଥିଲେ |

Comments are closed.