Advertisements
Saturday, July 4, 2020
Home Education & Literacy ସ୍ୱଚ୍ଛ ଓ ପରିସ୍କାର ପରିବେଶ ଗଠନ ହୋଇପାରିଲେ ସୁସ୍ଥ ଓଡିଶା ସ୍ୱଚ୍ଛ ଓଡିଶା ସ୍ଲୋଗାନଟି ସଫଳ...

ସ୍ୱଚ୍ଛ ଓ ପରିସ୍କାର ପରିବେଶ ଗଠନ ହୋଇପାରିଲେ ସୁସ୍ଥ ଓଡିଶା ସ୍ୱଚ୍ଛ ଓଡିଶା ସ୍ଲୋଗାନଟି ସଫଳ ହେବ-ଜ଼ିଲ୍ଲା ପାଳ ରାୟଗଡା

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ପ୍ରସାଶନର ପଂଚାୟତରାଜ ବିଭାଗ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୯ତାରିଖରେ ବିଶ୍ଵ ଶୌଚାଳୟ ଦିଵଶ ପାଳିତ ହୋଇଯାଇଛି |

ଏହି ପରିପେକ୍ଷୀରେ ସହର ନିକଟସ୍ଥ ଖାଲୀଗୁଡ଼ା ଠାରୁ କତାପେଟା ପର୍ଯ୍ୟନ୍ତ ଶୌଚାଳୟ ବ୍ୟବହାରକୁ ନେଇ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଯୋଗଦେଇ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ବିଷୟରେ ବୁଝାଇଥିଲେ ଯେ ସମସ୍ତଙ୍କ ହାତ ମିଶି ପାରିଲେ ଜ଼ିଲ୍ଲାଟି ସ୍ୱଚ୍ଛ ପରିବେଶ ଓ ପରିସ୍କାର ପରିବେଶ ମଧ୍ୟରେ ଗଠନ ହେଲେ ସୁସ୍ଥ ଓଡିଶା ଓ ସ୍ୱଚ୍ଛ ଓଡିଶା ସ୍ଲୋଗାନଟି ସଫଳ ହେବ ବୋଲି କହିଥିଲେ | ଉପଜ଼ିଲ୍ଲାପାଳ ଶ୍ରୀ ପ୍ରବୀର କୁମାର ନାୟକ ଶୌଚାଳୟ ଵ୍ୟଵହାର ଓ ବାହ୍ୟ ମଳ ତ୍ୟାଗ କରିବା ଦ୍ୱାରା ହେଉଥିବା ଅନିଷ୍ଟ ସମ୍ପର୍କରେ ଆଲୋକପାତ କରିଥିଲେ | ଏହି ଅବସରରେ ଜ଼ିଲ୍ଲାପାଳ ଓ ଉପଜ଼ିଲ୍ଲାପାଳ ଶୌଚାଳୟ ବ୍ୟବହାର ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ | ବି ଡି ଓ ରାଜେନ୍ଦ୍ର ମାଝୀ ବିବରଣୀ ପ୍ରଦାନକରି କହିଥିଲେ ଯେ ଏହି ବ୍ଲକରେ ମୋଟ ୨୬ହଜାର ୩୬୯ଟି ପରିବାର ମଧ୍ୟରୁ ୨୩ହଜାର ଶୌଚାଳୟ ନିର୍ମାଣ ସମାପ୍ତ ହୋଇଥିବା ବେଳେ ମାତ୍ର ୩୩୬୯ଜଣଙ୍କ ଶୌଚାଳୟ ନିର୍ମାଣ ବାକି ଅଛି | ଏହି ବ୍ଲକର ୭ଟି ପଂଚାୟତକୁ ସମ୍ପୂର୍ଣ ଭାବେ ମଳମୁକ୍ତ ଗ୍ରାମ ରୂପେ ଘୋଷଣା କରାଯାଇଛି | ଏ ବି ଡି ଓ ନୃସିଂହ ଚରଣ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ରିତେଶ ସାହୁ, ସି ଡି ପି ଓ ପୁଷ୍ପାଞ୍ଜଳି ମିଶ୍ର, ଡାକ୍ତର ସୁନୀଲ ମହାପାତ୍ର, ୟୁନିସେଫ ପ୍ରତିନିଧି ଜ୍ଞାନ ରଞ୍ଜନ ବାରିକ, ଜ଼ିଲ୍ଲା ପରିଷଦ ସଭ୍ୟ ପି ଗୌରୀ ଶଙ୍କର ଏ ବି ଓ ବଳରାମଂ ହୁଇକା ମଂଚାସୀନ ଥିଲେ | ଏହି କାର୍ଯ୍ୟକ୍ରମକୁ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଅଜିତ କୁମାର ମିଶ୍ର, ବୃନ୍ଦାବନ ମେହେର, ପି ଇ ଓ ଅଜିତ କୁମାର ହୋତା ଶିକ୍ଷକ ନିଲଂଚଳ ମିଶ୍ର ପରିଚାଳନା କରିଥିଲେ | ପି ଏ ଗୋପାଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | ଏହି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ କୁ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଉଦଘାଟନ କରିଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: