Related Contents

ପୋଲିସ ନିରୀହ ଗ୍ରାମବାସୀଙ୍କୁ ମାରିଥିବା ନେଇ ମାନବାଧିକାର ପରିଷଦରେ ଅଭିଯୋଗ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ଚଳିତ ମାସ ୫ ତାରିଖ ଦିନ ଓଡିଶା ଓ ଆନ୍ଧ୍ର ବୋଡ଼ର୍ ସିନ୍ଦୁରାପଲ୍ଲୀରେ ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ପାଞ୍ଚ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । କିନ୍ତୁ ଗ୍ରାମବାସୀମାନେ କହିବାନୁସାରେ ସେଥିମଧ୍ୟରୁ ଦୁଇଜଣ ନିରୀହ ଗ୍ରାମବାସୀ ମାରିଛନ୍ତି ।

ମୃତକଙ୍କ ପରିବାର ପୋଲିସକୁ ଅନୁରୋଧ କରିବା ସତ୍ୱେ ପୋଲିସ ମଣିନଥିଲେ । ତେଣୁ ମୃତକଙ୍କ ପୁଅ, ସ୍ତ୍ରୀ ଓ ଗ୍ରାମବାସୀ ରାଜ୍ୟ ମାନବାଧିକାରୀ ପରିଷଦ ନିକଟରେ ଅଭିଯୋଗ କରିଥିଲେ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଚିତ୍ରକୋଣ୍ଡା ନିକଟ ସିନ୍ଦୁରାପଲ୍ଲୀ ଗ୍ରସ୍ତ ନିମନ୍ତେ ପତ୍ର ସଂଖ୍ୟା ୦୬୧/୨୦୧୮ ତା୧୩/୧୧/୧୮ ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଥିଲେ । ତା ୧୪/୧୧/୧୮ ରିଖ ଦିନ ରାଜ୍ୟ ମାନବାଧିକାର ପରିଷଦ ଟିମ ସହ ମାଲକାନଗିରି ଟିମ ସିନ୍ଦୁରପଲ୍ଲୀରେ ପହଞ୍ଚି ଥିଲେ । ସେଠାରେ ମୃତକଙ୍କ ପରିବାରଙ୍କୁ ମିଶି ସମବେଦନା ଜଣାଇଥିଲେ ଓ ଗ୍ରାମବାସୀଙ୍କୁ ମିସିଥିଲେ । ମୃତକଙ୍କ ପୁଅ, ସ୍ତ୍ରୀ ଓ ଗ୍ରାମବାସୀ କହିବାନୁସାରେ ସେମାନେପୋଲିସକୁ ଅନୁରୋଧ କରିଥିଲେ ନ ମାରି ଛାଡ଼ି ଦେବାକୁ କିନ୍ତୁ ପୋଲିସ ନିରୀହ ଆଦିବାସୀଙ୍କୁ ମାଓବାଦୀ ଆଖ୍ୟା ଦେଇ ମାରିଥିଲେ । ଏହାର ପୁଙ୍ଖାନୁପୁଙ୍ଖ ତଥ୍ୟ ଓ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ମାଲକାନଗିରି ଫେରିଥିଲେ । ମାଲକାନଗିରି ଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ | ଏହାର ସତ୍ୟାସତ୍ୟ ଜାଣିବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବାକୁ କହି ଫେରିଯାଇଥିଲେ । ମାଲକାନଗିରି ମାନବାଧିକାର ପରିସଦ ଟିମର ସଭାପତି ଶ୍ରୀ ଘନଶ୍ୟାମ ମାଡକାମୀ, ଉପସଭାପତି ଶ୍ରୀ କିଶୋର ପାଟିକା, ଶ୍ରୀ ଶ୍ରୀନିବାସ ପଣ୍ଡା, ସମ୍ପାଦକ ଶ୍ରୀ ବି.ଶ୍ରୀନିବାସ ପାତ୍ର, ହୃଷିକେଶ ସେଠି ଓ ପ୍ରଭାକର ସୁନା ଘଟଣା ସ୍ଥଳରେ ପହଞ୍ଚିଥିଲେ । ମାଲକାନଗିରି ଟିମ ସହିତ ରଣ୍ୟ ସ୍ତରରୁ ଶ୍ରୀ ଶିବ ନାରାୟଣ ପାତ୍ର ରାଜ୍ୟ ସାଧାରଣ ସମ୍ପାଦକ, ଲଷ୍ମୀ ନାରାୟଣ ପାଢ଼ୀ, ସୁରେନ୍ଦ୍ର ଶର୍ମା ଆଇନ ପରାମର୍ଶଦାତା, ଚେତନ କୁମାର ବିଶୋଇ ଦକ୍ଷିଣ ସାଧାରଣ ସଭାପତି, ସେନାପତି ସନ୍ତୋସି ମହିଳା ମୋର୍ଚା ସଭାପତି ଓ ସନ୍ତୋଷ ଶତପଥୀ ସଭ୍ୟ ଉପସ୍ଥିତ ଥିଲେ।

Comments are closed.