No Parking Zone ରେ ପାର୍କିଙ୍ଗ ପାଇଁ ପ୍ରଶାସନ ଚୁପ, ହୋଟେଲ ମାଲିକ ଓ ପ୍ରଶାସନ ଏକ କି ?

ଜୟପୁର (ସୌମ୍ୟରଂଜନ ସାହୁ): କୋରାପୁଟ ଜିଲ୍ଲା ଜୟପୁର ସହରର ବଡ଼ ଚର୍ଚ୍ଚାର ଖବର ଏବେ ସାମ୍ନାକୁ ଆସିଛି |ଜନସାଧାରଣଙ୍କ ଚର୍ଚ୍ଚାର ବିଷୟ ପ୍ରଶାସନ କାହିଁକି ଚୁପ୍ ଅଛି, ନା ପ୍ରଶାସନ ହୋଟେଲ ମାଲିକ ଏକ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ ବିଗତ ଦିନ ତା.୧୩-୧୦-୨୦୧୮ ଦିନ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପରିବହନ ବିଭାଗ ଓ ଜୟପୁର ପୌର କର୍ତ୍ତୃପକ୍ଷ ମିଳିତ ଭାବେ, ଜୟପୁର ହୋଟେଲ “ହେଲୋ ଜୟପୁର” ଠାରୁ ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାକୁ No Parking Zone ଘୋଷଣା କରାଯାଇଥିଲା | ଜବରଦଖଲ କରିଥିବା ପୁରୁଣା ଗାଡି ଓ ଜାଗା ସବୁକୁ ଜବର ଦଖଲ ମୁକ୍ତ କରାଯାଉଛି । ପ୍ରଶାସନ ସହିତ ହାତ ମିଶେଇ ସହଯୋଗ କଲେ ଜାତୀୟ ରାଜପଥ ପ୍ରଶସ୍ତ ହେବ ଓ ଆମ ଜୟପୁର ସୁନ୍ଦର ହେବ ବୋଲି ଜନସାଧାରଣ ଭାବିଥିଲେ । କିନ୍ତୁ ଏହି ଜବର ଦଖଲ ମୁକ୍ତ ପ୍ରଶାସନ କେବଳ ଗରିବ ଶ୍ରେଣୀର ଲୋକମାନଙ୍କୁ ପାଇଁ କରିଥିଲା ପରିଦେଖା ଯାଉଛି। ଜାତୀୟ ରାଜପଥ କାର୍ଯ୍ୟ ‌ଆରମ୍ଭ ହୋଇଯାଇଛି କିନ୍ତୁ ପୁରଣା ବସଷ୍ଟାଣ୍ଡ ପାଖରେ ଥିବା HOTEL PRINCESS ସମ୍ମୁଖର ଦୃଶ୍ୟ ଦେଖିଲେ ଜଣାପଡ଼ୁଛି No Parking Zone ନାହିଁ | ପ୍ରଶାସନ ଏହି ମାଲିକ ମାନଙ୍କୁ ପାର୍କିଙ୍ଗ କରିବା ପାଇଁ ଅନୁମତି ଦେଇଛି । ଜୟପୁର ହୋଟେଲ ହେଲୋ ଜୟପୁର ଠାରୁ ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ କୈାଣସି ସ୍ଥାନରେ No Parking Board ନାହିଁ କିନ୍ତୁ ପ୍ରଶାସନ ନିଜ ଅଫିସ ପରିସରରେ No Parking Board ଲଗାଇଛନ୍ତି। ଏହିପରି ଦୃଶ୍ୟକୁ ଦେଖି ଜୟପୁର ଜନସାଧାରଣଙ୍କ ଚର୍ଚ୍ଚାର ବିଷୟ ପ୍ରଶାସନ କାହିଁକି ଚୁପ୍ ଅଛି | HOTEL PRINCESS ସମ୍ମୁଖର Parking ହଟାଇବା ପାଇଁ, ନା ପ୍ରଶାସନ ହୋଟେଲ ମାଲିକ ଏକ ହୋଇଛନ୍ତି କି ନା ଜୟପୁର ଷ୍ଟଲ ଦୁର୍ନୀତି ପରି ଏଠିଵି କିଛି ଦୁର୍ନୀତି ହୋଇଛି । ପ୍ରଶାସନ HOTEL PRINCESS ସମ୍ମୁଖର ପାର୍କିଙ୍ଗ ହଟାଇବା କାର୍ଯ୍ୟ ତୁରନ୍ତ କରିଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.