Related Contents

ବାଲିଗୁଡା ଠାରେ ପ୍ରଶାସନ ପକ୍ଷରୁ ଜଳ ଓ ପରିମଳ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା(ବିଭୁତି ଲହରିଆ): ବାଲିଗୁଡା କନ୍ଧମାଳର ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ ଓ କରୁକୁଡପା ଏବଂ ବାଲିଗୁଡା ବ୍ଲକର ଖମଣଖୋଲ ଲଣ୍ଡାଗା ଗ୍ରାମପଞ୍ଚାୟତରେ କନ୍ଧମାଳ ଜିଲ୍ଲା ପ୍ରଶାସନର ଜଳ ଓ ପରିମଳ ମିଶନର ସୌଜନ୍ୟତାରେ ବ୍ଲକ କଳାକାର ସଂଘ ପକ୍ଷରୁ ଘୁଡୁକା ନୃତ୍ୟ, ପାଲା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପାଇଖାନା ବ୍ୟବହାରପାଇଁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ କଳାକାର ସଂଘର ଉପ ସଭାପତି ଶ୍ରୀ ପ୍ରମୋଦ କୁମାର ଦଣ୍ଡସେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ସଂଘର କଳାକାରଙ୍କ ମଧ୍ୟରେ ରଂଜିତ କୁମାର ଦିଗାଳ ରୁଜୁଙ୍ଗା ଦିଗାଳ ବରୁଣ ବୁନା ଗୁମାନସିଂ ଓ ଲୋକ ନୃତ୍ୟ ଗୁରୁ ପ୍ରମୋଦ ଚନ୍ଦ୍ର ଡାକୁଆ ଅଂଶଗ୍ରହଣ କରିଥିଲେ । ଲୋକ ପ୍ରତିନିଧି ଶିକ୍ଷକ ଶିକ୍ଷୟତ୍ରୀ ସମେତ ବହୁ ଗ୍ରାମବାସୀ ଯୋଗଦେଇ ଥିଲେ ।

Comments are closed.