୨୫ ତମ ସର୍ବଭାରତୀୟ ଲୁତୁରପଙ୍କ ଜୟ ଜଗନ୍ନାଥ କ୍ରିକେଟ କପ

0
167

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୩୦/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ହେଉଥିବା ୨୫ ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ଫାଇନାଲରେ ଆଲ୍ଲାହାବାଦ କୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ବିଜୟୀ ହୋଇ ଚାମ୍ପିୟନ ହୋଇଛି ।

୨୫ ତମ ସର୍ବଭାରତୀୟ ଲୁତୁରପଙ୍କ ଜୟ ଜଗନ୍ନାଥ କ୍ରିକେଟ କପ ମ୍ୟାଚଟି ଦୁଇଟି ଫର୍ମାଟରେ ହୋଇଥିଲା । ଆଲ୍ଲାହାବାଦ ଟସ ଜିଣି ପ୍ରଥମେ ଫର୍ମାଟରେ ବ୍ୟାଟିଂ କରି ୧୧ ଓଭର ରେ ସମସ୍ତ ୱିକେଟ ହରେଇ ୪୭ ରନ କରିଥିଲାଦଳର ରବି ଚୌଧୁରୀ ସର୍ବାଧିକ ୧୬ ରନ କରିଥିଲେ । ଛତିଶଗଡର ଦେବରାଜ ସାହୁ ୬ଟି ୱିକେଟ ନେଇଥିଲେ । ଜବାବରେ ଛତିଶଗଡ ୪ ଓଭର ରେ ଗୋଟିଏ ୱିକେଟ ହରେଇ ୪୮ ରନ କରିଥିଲା । ଦଳ ର ଶଶାଙ୍କ ଚନ୍ଦ୍ରକର ୧୪ ବଲରୁ ୩୩ ରନ କରିଥିଲେ । ଦ୍ବିତୀୟ ଫର୍ମାଟରେ ଆଲ୍ଲାହାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୬ ୱିକେଟ ହରେଇ ୯୫ ରନ କରିଥିଲା ।fbe9c57e 4a75 42dd 9ca7 7c48ecbf577f ୨୫ ତମ ସର୍ବଭାରତୀୟ ଲୁତୁରପଙ୍କ ଜୟ ଜଗନ୍ନାଥ କ୍ରିକେଟ କପ

ଦଳର ସୁଭମ ନିଗମ ସର୍ବଧିକ ୩୫ ରନ କରିଥିବା ବେଳେ ବିପକ୍ଷ ଦେବରାଜ ଓ ଶଶାଙ୍କ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଛତିଶଗଡ ୬.୪ ଓଭରରେ ୨ୱିକେଟ ହରେଇ ୧୦୦ ରନ କରି ଥିଲା । ଦଳର ଶଶାଙ୍କ ଚନ୍ଦ୍ରକର ୨୫ ବଲରୁ ୮ଟି ଛକା ସହାୟତାରେ ୭୧ ରନ କରିଥିଲେ । ଉଭୟ ଫର୍ମାଟରେ ବିଜୟୀ ହୋଇ ଛତିଶଗଡ ଚାମ୍ପିୟନ ହୋଇଥିଲା ।

ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବାଣିଜ୍ୟ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି, ଜିଲ୍ଲାପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ, ଖଣ୍ଡହତା ସରପଞ୍ଚ ଆଶା ସାହୁ, ଓସିଏ ଯୁଗ୍ମ ସମ୍ପାଦକ ମେହେତାବ ଖାଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ, ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ, ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା, ସ୍ବେଚ୍ଛାସେବିନୀ ଅମ୍ବିକା ମହାରଣା, ସଭାପତି ସୁଧିର ପଧାନ, ସମ୍ପାଦକ ଶଶାଙ୍କ ପଧାନ ପ୍ରମୁଖ ସମ୍ବାନୀତ ଅତିଥି ଭାବେ ଯୋଗଦେଇ ଥିଲେ ।

ଛତିଶଗଡ ର ଶଶାଙ୍କ ଚନ୍ଦ୍ରକର ଙ୍କୁ ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠ ବେଟସ୍ ମ୍ୟାନ, ଦେବରାଜ ସାହୁ ମ୍ୟାନ ଅଫ ଦି ମ୍ୟାଚ ଓ ଶ୍ରେଷ୍ଠ ବୋଲର, ଆଲ୍ଲାହାବାଦ ଦଳ କୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ, କ୍ରିଷ୍ଣା ସରୋଜ ଙ୍କୁ ପିପୁଲ ଚଏସ ଏୱାଡ ପ୍ରଦାନ କରାଯାଇଥିଲା । ଚାମ୍ପିୟନ ଛତିଶଗଡ କୁ ନଗଦ ୫୦ ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ଆଲ୍ଲାହାବାଦ ଦଳକୁ ନଗଦ ୩୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇ ଥିଲା ।

ମ୍ୟାଚଟିକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ଚୁଡାମଣୀ ପାଢୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କାବିହାରୀ ମହାକୁର ସ୍କୋରିଂ ,ଚମାରୁ ମହାକୁର ଅନଲାଇନ ସ୍କୋରିଂ ଏବଂ ଆଲୋକ, ଆଶିସ, ଅଚ୍ୟୁତ ମିଶ୍ର, ତନୁଜ, ପ୍ରାଣବନ୍ଧୁ, ଶ୍ୟାମ ସୁନ୍ଦର ସେଠୀ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏକ ସେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି ଯେଉଁଥିରେ ୪୧ ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ ।