ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଯୋଗୁଁ ଚିକିତ୍ସା ଅଭାବରୁ ମୃତ୍ୟୁ ନେଇ ରାସ୍ତା ଅବରୋଧ

0
150

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୩୦/୧୨) : ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଯୋଗୁଁ ଚିକିତ୍ସା ଅଭାବରୁ ମୃତ୍ୟୁ ନେଇ ବଲାଙ୍ଗୀର- ସଇଁତଲା ରାଜରାସ୍ତା କୁ ଦେଓଗାଁ ନିକଟରେ ଉଭୟ ପକ୍ଷ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପ୍ରାୟ ଦୁଇଘଣ୍ଟା ଧରି ବିପୁଳ ଜନ ସାଧାରଣ ସବ ରଖି ରାସ୍ତା ଅବରୋଧ କରିଛନ୍ତି ।

ସୂଚନ ଅନୁଯାୟୀ, ପ୍ରାୟ ଦିନ ୩ ଟା ରେ ଗାଡି ଧକ୍କା ରେ ଜଣେ ହରିଶଙ୍କର ମୁଖ୍ୟ ସଡକ ରେ ଏକ ଅଜଣା ସ୍କୁଟିରେ ଧକ୍କା ମାରି ଫେରାର ହୋଇଯାଇଥିଲା । ପ୍ରକାଶ ଯେ, ଦେଓଗାଁ ବ୍ଲକ ନିବାସୀ ଧନୁ ମଲ୍ଲିକ ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଉକ୍ତ ହରିଶଙ୍କର ରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭି ଏସ ଏସ ମ୍ୟାଡିକାଲ କଲେଜ ରେ ପରିବାର ଲୋକେ ଗତ ୧୨ ଦିନ ଧରି ଭର୍ତ୍ତି କରିଥିବା ବେଳେ ଡାକ୍ତର ଅବସ୍ଥା ଗୁରୁତର ଥିବା ଓ କଟକ ଅବା ଅନ୍ୟତ୍ର ତୁରନ୍ତ ନେଇଯିବାକୁ କହିଥିଲେ ।f4d84a02 507d 4810 8877 50735f3b922e ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଯୋଗୁଁ ଚିକିତ୍ସା ଅଭାବରୁ ମୃତ୍ୟୁ ନେଇ ରାସ୍ତା ଅବରୋଧ

ହେଲେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରାଜ୍ୟସରକାର ଙ୍କ ଦ୍ଵାରା ତୁରନ୍ତ ଘରୋଇ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଅନୁଯାୟୀ ପରିବାର ଲୋକେ, ବୁର୍ଲା କିମ୍ବା ସମ୍ବଲପୁର ର କୌଣସି ଘରୋଇ ଡାକ୍ତରଖାନା ରେ ଭର୍ତି କରି ପ୍ରାରମ୍ଭିକ କିଛି ଆବଶ୍ୟକ ଜରୁରୀ ଚିକିତ୍ସା ପରେ କଟକ ନେବାକୁ କହିଥିବା ବେଳେ ପରିବାର ପ୍ରାୟ ଛଅ ଦିନ ବିଭିନ୍ନ ସ୍ଥାନ ବୁଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ବୀମା କାର୍ଡ ଧରି ନିରାଶ ହୋଇଥିଲେ ।

ତେବେ ଉକ୍ତ ଗୁରୁତର ଗରିବ ବ୍ୟକ୍ତି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭରସାରେ ରହି ବିଳମ୍ବ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି । ଏପରି କି ସେ ଆମ ବଲାଙ୍ଗୀର ଜିଲ୍ଲା ର ଜଣେ ବ୍ୟକ୍ତି ହୋଇଥିବା ବେଳେ ଆଜି ତାଙ୍କ ସବ ବୁର୍ଲା ରୁ ଆଣି ରାସ୍ତା ଅବରୋଧ ସହ ଏହି ସ୍ମାର୍ଟ କାର୍ଡ ପାଇଁ ଆମ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହେଲା ନଚେତ ଜମି, ଘର ବିକ୍ରି କରି ତାଙ୍କ ଜୀବନ ବଞ୍ଚେଇଥାନ୍ତୁ କହି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବର୍ତ୍ତମାନ ଏ ନେଇ ପଦକ୍ଷେପ ନେବା ସହ ଲୋକେ ଏହି ସ୍ୱାସ୍ଥ୍ୟ ସେବା ରାଜନୀତି ବନ୍ଦ କରିବା ଯୁବ ପଶ୍ଚିମ ଓଡିଶା ଯୁବ ସ୍ବେଚ୍ଛାସେବୀ ସଙ୍ଘ ଜନସେବା ତରଫରୁ ସଭାପତି ସତ୍ୟଜିତ ଷଡଙ୍ଗୀ, ବଲାଙ୍ଗୀର ଜିଲ୍ଲା ର ଆଦିବାସୀ ସଂଘ ସଭାପତି ସମ୍ପତି ମାଝୀ ଏ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।