ଆବାସ ଯୋଜନା ଘର ବିକ୍ରି ଅଭିଯୋଗ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜଣେ ହିତାଧିକାରୀ ନାଁରେ ଥାଇ ଅନ୍ୟ ଜଣଙ୍କୁ ମିଳିବା ଆଲୋଚନା ବିଷୟ ହୋଇଛି |

ଅଭିଯୋଗରୁ ପ୍ରକାଶ ଯେ, ମୁରିବାହାଲ ବ୍ଲକ ଡଙ୍ଗରପଡା ପଂଚାୟତ ଦନ୍ଦ୍ରା ଗ୍ରାମର ଶ୍ରୀରାମ ଦୀପ ଭଙ୍ଗା ମାଟିଘରେ ଦୁର୍ବିସହ ଜୀବନ ବିତାଉଛନ୍ତି | ସେ ତାଙ୍କର ନାତି ପାଖରେ ରହୁଛନ୍ତି | ଦୀର୍ଘ ଦିନ ହେଲା ସରକାରୀ ଯୋଜନାରେ ଘର ପାଇଁ ସ୍ଥାନୀୟ ସରପଂଚ, ବ୍ଲକ କାର୍ଯ୍ୟାଳୟ ଧାଇଁଥିଲେ |ସରପଂଚ ତାଙ୍କର ନାଁ ଲିଷ୍ଟରେ ନ ଥିବା କହିଥିଲେ | ହେଲେ ତାଙ୍କୁ ବାଧ୍ୟ କରିବା ପରେ ତାଙ୍କୁ ଦେଖାଇଥିଲେ | ଏହା ସହିତ ତାଲିକାରେ ତାଙ୍କ ନାମ ଥିବା ସରପଂଚ ସ୍ୱୀକାର କରିଥିଲେ | ଏନେଇ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁଙ୍କୁ ୯/୧୧/୧୮ ତାରିଖରେ ଜଣାଇବାପରେ ବିଭାଗୀୟ କର୍ତୁପକ୍ଷଙ୍କୁ ଜଣାଇଥିଲେ | ଏହା ପରେ ବ୍ୟାପକ ଦୁର୍ନୀତି ସ୍ପଷ୍ଟ ହୋଇଛି ଓ ଅପରପକ୍ଷରେ ଏ ନେଇ ସ୍ଥାନୀୟ ୱାର୍ଡ ସଦସ୍ୟ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରି କେମିତି ଲିଷ୍ଟରେ ବଦଳିଗଲା | ଆମେ ଜାଣି ପାରିଲୁ ନାହିଁ ବୋଲି କହିଛନ୍ତି | ଏ ସମ୍ପର୍କରେ ବିଡ଼ିଓ ଦାଶରଥି ଶରାବୋଙ୍କୁ ପଚାରିବାରୁ ଏବିଡ଼ିଓ ନରେଶଚନ୍ଦ୍ର ବେହେରାଙ୍କୁ ତଦନ୍ତ ଦାଇତ୍ୱ ଦିଆଯାଇଛି | ତଦନ୍ତ ଶେଷ ହେଲା ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ |

Comments are closed.