ବହୁ ଦୁର୍ନୀତିରେ ଲିପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ

ପଦ୍ମପୁର (ପ୍ରଭାତ ମିଶ୍ର): ରାୟଗଡା ଜିଲ୍ଲାର ପଦ୍ମପୁର ନୀଳକଣ୍ଠେଶ୍ଵର ଶୈବ ପୀଠ ସମ୍ମୁଖରେ ଥିବା ନାଗଭୁଷଣ ତୁଳଙ୍କ ବାସଭବନରୁ ରାୟଗଡା ଭିଜିଲାନ୍ସ ଟିମ ୨ହଜାର ଲାଞ୍ଚ ନେବା ଅଭିଯୋଗ ରେ ଗିରଫ କରିଛି |

ସୂଚନା ଯୋଗ୍ୟଯେ ସାନ ହୁମା ଗ୍ରାମ ପଞ୍ଚାୟର କାର୍ଯ୍ୟନିର୍ବାହୀ ଅଧିକାରୀ ନାଗଭୁଷଣ ତୁଳ ସେହି ପଂଚାୟତ ର ପାଙ୍ଗଣ ପଦର ଗ୍ରାମର ସରକ ଲିମାଙ୍କ ଠାରୁ ଇନ୍ଦିରା ଆବାସ ଗୃହର ତୃତୀୟ ବିଲ ପାସ କରାଇ ଦେବାକୁ ଅର୍ଥ ଦାବି କରିଥିଲେ | ତେବେ ଏ ଭଳି ଦୁର୍ନୀତିକୁ ସାରକାଲୀମା ରାୟଗଡା ଭିଜିଲାନ୍ସ ଠାରେ ଜଣାଇବା ପରେ ଭିଜିଲାନ୍ସ ବିଭାଗ ରାୟଗଡା ର ଇନ୍ସପେକ୍ଟର କଳାବତୀ ବାଗ ଙ୍କ ଏକ ସ୍ୱତନ୍ତ୍ର ଟିମ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ନାଗ ଭୂଷଣ ତୁଳ ଙ୍କୁ ଗିରଫ କରିଛନ୍ତି | ଅନୁସନ୍ଧାନରୁ ଜଣାଯାଏ ଯେ ପଦ୍ମପୁର ନୀଳକଣ୍ଠେଶ୍ଵର ମନ୍ଦିର ସମ୍ମୁଖ ଭାଗରେ ଥିବା ସରକାରୀ ଜମିରେ ମଧ୍ୟ ସମ୍ପୃକ୍ତ ଅଧିକାରୀ ବେଆଇନ ଭାବେ ଜବରଦଖଲ କରି ବିରାଟ କୋଠାଘର କରିଛନ୍ତି | ଯାହାକି ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ସୁଦୃଶ୍ୟ ଅଟ୍ଟାଳିକା ବଣେଇଛନ୍ତି ତାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଶଳାଶୁତୁରାର ଆଇନ୍କୁ ଫାଂକି ଚାଲିଛନ୍ତି | ଠିକ ସେଭଳି ସରକାରୀ ବାବୁ ଜଣକ ଇନ୍ଦୁପୁର ଅଂଚଳରେ ମଧ୍ୟ ସରକାରୀ ଗୋଚର ଜମିରେ ନିଜ ବ୍ୟକ୍ତିଗତ ମିଲ ବଣେଇବାକୁ କୁଆଡେ ଜମି ହଟେଇ ଥିବା ଶୁଣିବାକୁ ମିଳୁଛି ତାହା ମଧ୍ୟ ତଦନ୍ତ ସାପେକ୍ଷ |

ଏ ସମ୍ପର୍କରେ ଭିଜିଲାନ୍ସ ଇନ୍ସପେକ୍ଟର ରାୟଗଡାର କଳାବତୀ ବାଜନକୁ ପଚାରିବାରୁ ସେ ଏଭଳି ଦୁର୍ନୀତି ହୋଇଥିବା ସୂଚନା ପାଇଁ ତାଙ୍କୁ ୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି ଓ ଅନ୍ୟ ସବୁ ତଦନ୍ତ କରାଯାଉଛି ଓ ସମ୍ପୃକ୍ତ ଅଧିକାରୀଙ୍କୁ ରାୟଗଡ଼ାରୁ ଜୟପୁର ସ୍ଥିତ ଭିଜିଲାନ୍ସ କୁ ହସ୍ତାନ୍ତର କରାଯିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି |

Comments are closed.