କଲାସୀ ଯାତ୍ରାର ଆଦ୍ୟପର୍ବ “ବରମଗା”ଅନୁଷ୍ଠିତ

ଲୋଇସିଂହା(ବିମଳେନ୍ଦୁ ସାହୁ): କାର୍ତ୍ତିକ ମାସ ଦଶମୀ ତିଥି ଅବସରରେ ଲୋଇସିଂହା ଅଂଚଳର ପୁରପଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା କଲାସୀ ଯାତ୍ରାର ଆଦ୍ୟପର୍ବ ବର ମଗା ଆଜି ଆୟୋଜିତ ହୋଇଯାଇଛି ।

ଏହା ପୂର୍ବରୁ ଗାଁ ଗୁଡିକରେ ଥିବା କଲାସୀ କୁଠିରେ ବରୁଆ ମାନେ ଏକତ୍ରିତ ହୋଇଥାଆନ୍ତି । ବାଦ୍ୟର ତାଳେ ତାଳେ ବରୁଆ ମାନଙ୍କ ଶରୀରରେ ଦେବତା ପ୍ରବେଶ କରିବା ପରେ ସେମାନେ ନାଚିନାଚି ସ୍ଥାନୀୟ ଶୈବପୀଠ ଅଭିମୁଖେ ଯାତ୍ରା କରିଥାନ୍ତି । ମହାଦେବଙ୍କ ଠାରୁ ବରପ୍ରାପ୍ତି ବା ଆଶୀର୍ବାଦ ପାଇବା ସକାଶେ ଦେବତା ମାନେ କୈଳାସ ଯାତ୍ରା କରୁଥିବାରୁ ଏହି ଯାତ୍ରାର ନାମ କଲାସୀ ବ କୈଳାସୀ ଯାତ୍ରା କୁହାଯାଇଥାଏ, ଯାହା କାର୍ତିକ ମାସ ଏକାଦଶୀ ତିଥିରେ ଅର୍ଥାତ ଆସନ୍ତାକାଲି ଅନୁଷ୍ଠିତ ହେବ । ଏହି ଯାତ୍ରାର ଅବ୍ୟବହିତ ପୂର୍ବରୁ ଆଜି ବରୁଆମାନେ ମହାଦେବଙ୍କ ଠାରେ ଅଧିଆ ପଡ଼ିଥାନ୍ତି । ସେଠାରୁ ଫେରିବା ପରେ ଗ୍ରାମସାରା ବରୁଆ ପରିକ୍ରମା କରିଥାନ୍ତି ।

Comments are closed.