Related Contents

ଭଟାପଲା ଧରଣୀ ପଡାରେ ଆମ୍ମା ଭଗବାନଙ୍କ ପୂଜା ଅନୁଷ୍ଠିତ

କର୍ଲାମୁଣ୍ଡା (ହୀରୋଜ୍ କୁମାର ସାହୁ): ଭଟାପଲା ଗ୍ରାମ ଧରଣୀ ପଡାରେ ପ୍ରତି ଶୁକ୍ରବାର ଭଳି ଗତ ଶୁକ୍ରବାର ମଧ୍ୟ ଆମ୍ମା ଭଗବାନଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ।

ପ୍ରବାଦ ଅଛି ଆମ୍ମା ଭଗବାନଙ୍କ ଠାରେ ଯେ କୌଣସି ବ୍ୟକ୍ତି ନିଜର ଦୁଃଖ, ବ୍ୟାଧି, ସନ୍ତାନ ପ୍ରାପ୍ତି ଆଦି ପାଇଁ ମାନସିକ ରଖିଲେ, ମାନସିକ ପୂରଣ ହୋଇଥାଏ।ସେଥିପାଇଁ ବହୁ ଦୂରଦୂରନ୍ତରରୁ ଲୋକେ ଏହି ଗ୍ରାମକୁ ଧାଇଁ ଆସିଥାନ୍ତି । ଏଥର ମଧ୍ୟ ବହୁ ଲୋକଙ୍କ ସମାଗମ ହୋଇଥିଲା ।ଏଥିରେ ଟିଟିଲାଗଡ ଅଞ୍ଚଳର କିଛି ଭକ୍ତ ଯୋଗଦେବା ସହ ଆମ୍ମା ଭଗବାନଙ୍କ ଗୁଣ ଗାରିମା ଉପରେ ଲୋକଙ୍କୁ ବୁଝାଇଥିଲେ।

ଏଥିରେ ପୂଜକ ତପବନ୍ତ ଭୋଇ, ସୁମିତା ଭୋଇ,ସତ୍ୟବାନ ଭୋଇ,ପୁଷ୍ପା ଭୋଇ ତାଙ୍କ ପାରିବାରିକ ସହଯୋଗ ରେ ଶ୍ରୀକାନ୍ତ ,ଇନ୍ଦ୍ରଜିତ,ସାରଙ୍ଗ, ବିରେନ, ଦ୍ରୋଣ, ମନୋଜ, ଲୋକନାଥ, ଧରେନ୍ଦ୍ର, ଆମ୍ମା ଭଗବାନ ଙ୍କ ମୂଳ ମନ୍ତ୍ର ଦ୍ୱାରା ସମସ୍ତେ ଭଲ ହୋଇଛନ୍ତି । ଆମ୍ମା ଭଗବାନଙ୍କ ମୂଳ ମନ୍ତ୍ର ହେଉଛି ଓଁ ସଚ୍ଚିଦାନନ୍ଦ ପରମ ବ୍ରହ୍ମ ପୁରୁଷୋତ୍ତମ ପରଆତ୍ମମ।ଭାଗବତେ ସମେତ ଶ୍ରୀ ଭାଗବତେ ନମଃ ।

Comments are closed.