ଜାତୀୟ ପ୍ରେସ ଦିବସ ରାୟଗଡାରେ ପାଳିତ, ଜ଼ିଲ୍ଲା ସ୍ତରୀୟ ସାମ୍ବାଦିକଙ୍କୁ ଅଣଦେଖା

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଠାରେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ପ୍ରେସ ଦିବସ ପାଳନ କରା ଯାଇଥିବା ବେଳେ ଜ଼ିଲ୍ଲା ପ୍ରସାଶନ ପକ୍ଷରୁ ଏହିବର୍ଷ ଭିନ୍ନ ଢଙ୍ଗରେ ପାଳିତ କରାଯାଇଥିଲା |

ରାୟଗଡା ପ୍ରେସ ୟୁନିଅନ ତରଫରୁ ସାଇପ୍ରୟ ନଗର ଠାରେ ସଭାପତି ଦୟାନନ୍ଦ ଖାଡ଼ଙ୍ଗାଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି | ସଙ୍ଘର କର୍ମକର୍ତା ମାନେ ଯୋଗଦେଇ ପ୍ରେସ ସ୍ୱାଧୀନତା ଉପରେ କିଭଳି ଲଗାମ ଲଗାଇ ବା ସହ ଚାପ ସୃଷ୍ଟି କରାଯାଉଛି ତାହାକୁ ନିନ୍ଦା କରାଯାଇଥିଲା | ସେହିପରି ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ତରଫରୁ ଗାୟତ୍ରୀ ନଗରର ବରିଷ୍ଠ ନାଗରିକ ମଙ୍ଗଳ ଅନୁଷ୍ଠାନ ଠାରେ ୟୁନିଅନ ସଭାପତି ସୁବ୍ରତ ଚୌଧୁରୀଙ୍କ ପୌରହିତ ରେ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ବରିଷ୍ଠ ନାଗରିକ ମଞ୍ଚ ସଭପତି ବିନୋଦ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ରୂପେ ପରାମର୍ଶଦାତା ନୃସିଙ୍ଘ ପାଢ଼ୀ ଯୋଗଦେଇଥିଲେ | ବର୍ତମାନ ପରିସ୍ଥିତରେ ରାଷ୍ଟ୍ର ଗଠନରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ | ସମାଜର ଗରିବ ଓ ନିଷ୍ପେସିତ ଲୋକଙ୍କ ଉତଥାନ ଓ ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟ ଲୋକ ଲୋଚନକୁ ଆଣିବା ସାମ୍ବାଦିକର ମୁଖ୍ୟ କାମ ବୋଲି ପରାମର୍ଶ ଦେଇଥିଲେ | ସେହିପରି ସ୍ଥାନୀୟ ତେଜସ୍ୱି ହୋଟେଲର ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ପ୍ରସାଶନ ପକ୍ଷରୁ ନିଆରା ଢଙ୍ଗରେ ପ୍ରେସ ଦିଵସ ପାଳନ କରାଯାଇଥିଲା | ଏହି ଦିବସରେ ବରିଷ୍ଠ ସାମ୍ବାଦିକଙ୍କୁ ରାୟଗଡା ଜ଼ିଲ୍ଲାରେ ଉପେକ୍ଷିତ କରାଯାଇଥିଲା | ଜ଼ିଲ୍ଲା ପ୍ରସାଶନ ସାମ୍ବାଦିକଙ୍କ ମଧ୍ୟରେ ପାତରଅନ୍ତର ମନଭାଵ ସୃଷ୍ଟି କରି ଫାଟ ସୃଷ୍ଟି କରୁଥିବା ନେଇ ସାଧାରଣରେ ଚର୍ଚା ଜୋର ଧରିଛି | ରାୟଗଡା ଠାରେ ଅନୁଷ୍ଠିତ ପ୍ରେସ ଦିବସ ନିମନ୍ତେ ଏହି ବର୍ଷ ପ୍ରଥମ କରି ବ୍ଲକ ସ୍ତରର ସାମ୍ବାଦିକ ମାନଙ୍କୁ ଆସିବା ନିମନ୍ତେ ଗାଡିର ବ୍ୟବସ୍ତା କରି ଗାଡ଼ିରେ ଅଣାଯାଇ ଏହି କାର୍ଯ୍ୟ କ୍ରମ କରାଯାଇଥିଲା | ପ୍ରତ୍ୟେକ ବ୍ଲକରୁ ସାମ୍ବାଦିକ ମାନଙ୍କୁ ଗାଡ଼ିରେ ଆଣିବା ନେଇ ଜନସାଧାରଣରେ ଆଲୋଚନା ହେଉଛି | ଏହା ସାମ୍ବାଦିକ କାର୍ଯ୍ୟକ୍ରମ ନା ରାଜନୈତିକ ଦଳ କାର୍ଯ୍ୟକ୍ରମ ବୋଲି ପ୍ରଶ୍ନ କରିବା ଓ ବରିଷ୍ଠ ସାମ୍ବାଦିକଙ୍କୁ ଅଣଦେଖା କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରଯାଇଛି |

Comments are closed.