ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା ସମ୍ମାନ

ରାୟଗଡା ଜ଼ିଲ୍ଲାପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଇଣ୍ଡିଆନ ମେଟାଲ ପବ୍ଲିକ ଚାରିଟାଵଲେ ଟ୍ରଷ୍ଟ ଅନୁକୂଲ୍ୟ ରେ ଆୟୋଜିତ ବଂଶୀଧର ଇଲା ପଣ୍ଡା ସାରସ୍ୱତ ସମ୍ମାନ ୨୦୧୮ପ୍ରଦାନ ଉତ୍ସବ ଇମ୍ଫା କ୍ଲବ ପ୍ରାଙ୍ଗଣ ଥେରୁବାଲି ଠାରେ ଅନୁଷ୍ଠିତ ହୋଇଯାଇଛି |

ଏହି ଉତ୍ସବ ରେ ୧୪ଜଣ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ କଳା ସାଂସ୍କୃତିକ କ୍ଷେତ୍ରର ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି | ଶ୍ରୀ ପ୍ରଭୁ ଦତ୍ତ ପ୍ରଧାନ ମୋଦିପଡା ସମ୍ବଲପୁରଙ୍କୁ ସମ୍ବଲପୁରୀ ଲୋକସଂଗୀତ, ପଣ୍ଡିତ ପି ରାମଚନ୍ଦ୍ର କୁକୁଡାଖଣ୍ଡି ବ୍ରହ୍ମପୁରଙ୍କୁ ଶାସ୍ତ୍ରୟୀ ସଂଗୀତ ସାଧନା ଓ ପ୍ରଶିକ୍ଷଣ ଗୁରୁ ଶ୍ରୀ ଉତ୍ସବ ଚରଣ ଦାସ ଚୌଦ୍ୱାର କଟକଙ୍କୁ ଚଇତି ଘୋଡା ନୃତ୍ୟ ଓ ଚଇତି ଲୋକ ସଂଗୀତର ରଚନା ଗୁରୁ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଲ ପାଳ ସାହି ଖୋର୍ଦ୍ଧାଙ୍କୁ ଓଡିଶୀ ନୃତ୍ୟ ଓ ଗୋଟି ପୁଅ ନୃତ୍ୟ ନିରକ୍ଷର ଭକ୍ତ କବି ପୂର୍ଣ୍ଣ ମାସୀ ଯାନୀ ଦଳପଡା ଫୁଲବାଣୀଙ୍କୁ ସିଦ୍ଧି ପ୍ରାପ୍ତ ସାରସ୍ୱତ ସାଧିକା ଶ୍ରୀ ଅରୁଣ ପ୍ରଶନ କୁମାର ସେଠ କୁଞ୍ଜେଇପଡା ସମ୍ବଲପୁରଙ୍କୁ ସଂଗୀତ ସାଧନା ଓ କ୍ରୀଡା କ୍ଷେତ୍ର ଶ୍ରୀ ଦଣ୍ଡାସି ଗୌଡ଼ ଖରଡ଼ା ଗଜପତି ଙ୍କୁ ସଂଗୀତ ପ୍ରତି ରୁଚି ଓ ମୃଦଙ୍ଗ କେନ୍ଦ୍ରା ବଂଶୀ ବାଦକ ଶବ୍ଦ ନୃତ୍ୟ ଗୁରୁ ଶ୍ରୀ ଭାଗବତ ପ୍ରଧାନ କୁମ୍ଭାରୀ ବରପାଲି ବରଗଡ଼ଙ୍କୁ ଶବ୍ଦ ନୃତ୍ୟ ଗୁରୁ ଭାବେ ବହୁ କଳା ଅନୁଷ୍ଠାନରେ ଲୋକନୃତ୍ୟ ମହୋତ୍ସବ ମାନଙ୍କରେ ଶବ୍ଦ ନୃତ୍ୟ ପରିବେଷଣ ନୃତ୍ୟ ଗୁରୁ ଶ୍ରୀ ଅର୍ଜୁନ ଅଧିକାରୀ ପାଣିଗ୍ରାହୀ ମାଷ୍ଟ୍ରେ ତେଣ୍ତିଆପଡା ଦିଗପହଣ୍ଡି ଗଞ୍ଜାମଙ୍କୁ ପ୍ରହଲ୍ଲାଦ ନାଟକକୁ ଦକ୍ଷିଣ ଓଡ଼ିଶାରେ ପରିବେଷଣ କରି ପ୍ରଶଂସିତ ଶ୍ରୀମତୀ ସୌଦାମିନୀ ପତିଙ୍କୁ ମଞ୍ଚ ନାଟ୍ୟର ପେଷାଦାର କଳାକାର ଶ୍ରୀ ଅଟଳବିହାରୀ ପଣ୍ଡା ବିନିକା ସୁବର୍ଣ୍ଣପୁରଙ୍କୁ ସାରସ୍ୱତ ସାଧକ ଓ ବିଷ୍ମୟ କର ପ୍ରଥିଭା ଶ୍ରୀ ଖଗପତି ବାଘ ସିଂଗପୁର ବୋରିଗୁମା କୋରାପୁଟଙ୍କୁ ବିଭିନ୍ନ ବାଦ୍ୟ ପରିବେଷଣ କରି ସୁନାମ ଅର୍ଜନ ସହିତ ନାଟ୍ୟ ଗୁରୁ ଓ ନାଟ୍ୟ ନିଟଦେଶକ ଭାବେ କୋରାପୁଟିଆ ନାଟ୍ୟକୁ ଜୀବନ୍ତ କରିଥିବା ଗାୟକ ଭୂଷଣ ଶ୍ରୀ ଗୋପବନ୍ଧୁ ନାଥ ଅତାବୁହା କେନ୍ଦ୍ରାପଡ଼ାଙ୍କୁ ଓଡ଼ିଆ ପାଲା ଜଗତର ଯଶସ୍ବୀ ଓ ମୂର୍ଦ୍ଧନୟୀ କଳାକାର ସୁଶ୍ରୀ ଡାକ୍ତର କ୍ରିଷ୍ଣା ପଟେଲ ମହାନ୍ତି ମହାନ୍ତି ପୋଡା ସମ୍ବଲପୁର ଙ୍କୁ ଲୋକ ଗୀତ ନିମନ୍ତେ ସେମାନଙ୍କୁ ୧୬.୧୧. ୨୦୧୮ ତାରିଖ ସଂଧ୍ୟାରେ ଇମ୍ଫା କ୍ଲବ ଥେରୁବାଲି ଠାରେ ଉପରକ୍ତ ବ୍ୟକ୍ତି ବିଶେଷଙ୍କୁ ମାନ ପତ୍ର ସହିତ ଉପ ଢ଼ୋକନ ସହିତ ନଗଦ ୫୧ହଜାର ଟଙ୍କା ଦେଇ ସମ୍ମାନ କରାଯାଇଥିଲା |

ଏହି ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଅଜୟ ମହାପାତ୍ର ଆଇ ଏଫ ଏସ ଓ ପି ସି ସି ଏଫ କେଦୁପତ୍ର ସମ୍ମନିତ ଅତିଥି ଭାବେ ଶ୍ରୀ ମନ୍ମଥ କୁମାର ଶତପଥି ଶ୍ରୀମତୀ ଶାନ୍ତି ଦେବୀ ଓ ରାୟଗଡା ବାଳିକା ମହାବିଦ୍ୟଳର ପୂର୍ବତନ ଅଧ୍ୟାପକ ଡାକ୍ତର ଦୁଷ୍ମନ୍ତ ମହାନ୍ତି ଯୋଗ ଦେଇଥିଲେ | ଡାକ୍ତର ଦୁଷ୍ମନ୍ତ ମହାନ୍ତି ଆଦିବାସୀ ଙ୍କ କଳା ସଂକୃତି ଉପରେ ଆଲୋକପାତ କରିଥିଲେ ଓ ସୌରା ଲିପିର ଆବିଷ୍କାର ମଙ୍ଗେଇ ଶବରଙ୍କୁ ମନପକାଇଥିଲେ | ଇଣ୍ଡିଆନ ମେଟାଲ ପବ୍ଲିକ ଚାରିଟାଵଲେ ଟ୍ରଷ୍ଟ ମୁଖ୍ୟ ଶ୍ରୀମତୀ ପରମିତା ମହାପାତ୍ର ଇମ୍ଫାର ପ୍ରାଣ ପ୍ରତିଷ୍ଠିତ ସ୍ବର୍ଗତ ଡାକ୍ତର ବଂଶୀଧର ପଣ୍ଡାଙ୍କ ଝିଅ ଯୋଗ ଦେଇ ନିଜ ବାପା ମାଁ ଙ୍କ ଅବଦାନ ଉପରେ ଆଲୋକପାତ କରି ରାୟଗଡା ଜ଼ିଲ୍ଲାକୁ ସେମାନଙ୍କ ଅବଦାନ ଉପରେ କହିଥିଲେ ଓ କହିଥିଲେ ପୁରସ୍କାର ଦେବା ବଡ ଘଟଣା ନୁହେଁ କଳାକାର ମାନଙ୍କୁ ସମ୍ମାନ ଦେବା ଆମର ଲକ୍ଷ୍ୟ | ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ବିଦିଶା କରିଥିଲେ | ଏହି ସମଗ୍ର କାର୍ଯ୍ୟକ୍ରମକୁ ଇମ୍ଫା ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ଉପସ୍ଥିତ ରହି ପରିଚାଳନା କରିଥିଲେ |

Comments are closed.