ରାଜଗାଙ୍ଗପୁର ର ୫ନମ୍ବର ୱାର୍ଡ ଠାରେ ଆଜି କଲ୍ୟାଣମଣ୍ଡପ ଉଦ୍ଘାଟିତ

ରାଜଗାଙ୍ଗପୁର(ରାଜେଶ ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ର ୫ନମ୍ବର ୱାର୍ଡ ଠାରେ ଆଜି କଲ୍ୟାଣମଣ୍ଡପ ଉଦ୍ଘାଟିତ ହୋଇଥିଲା।

ଏଠାରେ ପ୍ରାୟେ ୫୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ରାଜଗାଙ୍ଗପୁର ର ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିସାନ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ଉଦ୍ଘାଟନ ପାଇଁ। ତାଙ୍କ ସ୍ୱାଗତ ପାଇଁ ରାଜଗାଙ୍ଗପୁର ଅଧକ୍ଷା ଶ୍ରୀମତୀ ସୁଶ୍ରୀତା ପାଇକରାଏ, ରାଜଗାଙ୍ଗପୁର ର ବି.ଡି.ଓ ଶ୍ରୀ ଖଗେଶ୍ୱର ପାତ୍ର, ରାଜଗାଙ୍ଗପୁର ବିଜେଡି ର ଟାଉନ ସଭାପତି ଶ୍ରୀ ଅମରେଶ ପଣ୍ଡା, ରାଜଗାଙ୍ଗପୁର ୫ନମ୍ବର ୱାର୍ଡମେମ୍ବର ଶ୍ରୀମତୀ ଶାନ୍ତି ସାହା ଏବଂ ରାଜଗାଙ୍ଗପୁର ର ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର ଲେଙ୍କା ଯୋଗ ଦେଇ ଥିଲେ। ତାଙ୍କ ସ୍ୱାଗତ ପାଇଁ ବହୁ ପରିମାଣ ର ଲୋକ ମଧ୍ୟ ଜମା ହୋଇଥିଲେ। ଏବଂ ସେଠାରେ ବିଧାୟକ ଶ୍ରିଯୁକ୍ତ ମଙ୍ଗଳା କିସାନ କଲ୍ୟାଣମଣ୍ଡପ ଉଦ୍ଘାଟିତ କରି ଥିଲେ ଏବଂ ତାପରେ ୬୫୦ରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତା କାର୍ଡ ବୁଢ଼ାବୁଢ଼ୀ ଙ୍କୁ ବଣ୍ଟନ କରିଥିଲେ। କାର୍ଡ ବଣ୍ଟନ ପାଇଁ ରାଜଗାଙ୍ଗପୁର ପୋୖରପାଳିକା ମଧ୍ୟ ସହଯୋଗ କରିଥିଲା।

Comments are closed.