ପରିଚାଳନା କମିଟି ଓ ଗ୍ରାମବାସୀ ଦେଲେ ସ୍କୁଲ ଫାଟକରେ ତାଲା-ଲିଖିତ ପ୍ରତିଶ୍ରୁତି ଦେବା ପରେ ଖୋଲିଲା ତାଲା

ରାଇସଲପଦର, ଗାଇସିଲେଟ (ରିଙ୍କୁ ସାହୁ): ଆମ ଦେଶର ସମ୍ବିଧାନରେ ଉଲ୍ଲେଖ ରହିଛି ଶିକ୍ଷା ଏକ ମୌଳିକ l ତାସାଙ୍ଗକୁ ଆମ ଦେଶର ଶିଶୁମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବା ହେଉଛି ଦେଶର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୂଲ୍ୟବୋଧ ଦାୟିତ୍ଵ l

ଏହି ଉଦେଶ୍ୟ ସାଧନ ନେଇ କେନ୍ଦ୍ର ସରକାରଙ୍କ ପ୍ରଣିତ ଶିକ୍ଷା ଅଧିକାର ଅଧିନିୟମ – ୨୦୦୯ରେ ଉଲ୍ଲେଖ ଅଛି :- ବିଦ୍ୟାଳୟରେ ଶିକ୍ଷକ ଶିକ୍ଷାର୍ଥୀ ଅନୁପାତ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥମିକ ସ୍ତରରେ ୩୦:୧, ଉଚ୍ଚ ପ୍ରାଥମିକ ସ୍ତରରେ ୩୫:୧ ଏବଂ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଅନୁଯାୟୀ ମାଧ୍ୟମିକ ସ୍ତରରେ ୩୦:୧ ହେବା ବିଧେୟ l କିନ୍ତୁ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ପି ଟି ଆର୍ ଅନୁଯାୟୀ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ରହୁଥିବା ବେଳେ ଗ୍ରାମାଞ୍ଚଳ ବିଦ୍ୟାଳୟରେ ଆବଶ୍ୟକତା ଠାରୁ କମ୍ ଶିକ୍ଷକ ଶିକ୍ଷାଦାନ କରୁଥିବାର ଜଣାପଡ଼ିଛି l ଏହିଭଳି ଶୈକ୍ଷିକ ସମ୍ବଳର ଅଭାବନୀୟ ପରିସ୍ଥିତି ରାଇସଲପଦରର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖାଦେଇଛି l ଏହା ସମେତ ଜଣେ ବିଜ୍ଞାନ ଶିକ୍ଷକ(ବି ଏସ୍ ବି ଇ ଡି, ସିବିଜେଡ) ନୂତନ ବିଦ୍ୟାଳୟକୁ ପଦୋନ୍ନତି ଓ ଅନ୍ୟ ଜଣେ ସଂସ୍କୃତ ଶିକ୍ଷକଙ୍କ ସ୍ଥାନୀୟ ବିଦ୍ୟାଳୟରେ ସାପ୍ତାହିକ ୩ ଦିନ ଓ ଅନ୍ୟତ୍ରକୁ ୩ ଦିନର ଡେପୁଡେସନ୍ ସଂପ୍ରୁକ୍ତ ବିଦ୍ୟାଳୟର ପରିଚାଳନା କମିଟି ଓ ଅଂଚଳବାସୀଙ୍କୁ ବିସ୍ମିତ କରିଦେଇଛି l

ଫଳତଃ, ପରିଚାଳନା କମିଟି ଓ ଗ୍ରାମବାସୀ ମିଳିତ ମଂଚରେ ବିଭିନ୍ନ ଦାବୀ ନେଇ ଗତ ତା ୧୫/ ୧୧/୨୦୧୮ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ଫାଟକରେ ତାଲା ପକାଇଥିଲେ l ଆଜି ତା ୧୬/୧୧ ରେ ସ୍ଥାନୀୟ ସ୍ଥାନୀୟ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ରାମଲାଲ ବରିହା, ପୂର୍ବତନ ବିଧାୟକ ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ ଓ ସ୍ଥାନୀୟ ଜିଲ୍ଲା ପରିଷଦ ଶ୍ରୀ ମଦନ ଦୀପ ଆସି ତିନି ଜଣ ଶିକ୍ଷକ ଓ ଜଣେ ପିଅନ ଯୋଗାଇ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଶିଥିଳ ହୋଇ ଗେଟ୍ ର ତାଲା ଖୋଲି ଦିଆଗଲା ଏବଂ କମିଟି ତଥା ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରୀ ଉଛୁଳି ଉଠିଲା |

Comments are closed.