ଜାତୀୟ ଫୁଟବଲ ଚମ୍ପିୟାନସିପ ରେ କାଶୀନଗର ର ଯୁବକ

0
184

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୧୨) : ଜାତୀୟ ଫୁଟବଲ ଚମ୍ପିୟାନସିପ ରେ ଖେଳିବା ପାଇଁ କାଶୀନଗର ର ଜଣେ ଛାତ୍ର ମନୋନୀତ ହୋଇଥିବାରୁ ଏହି ଅଞ୍ଚଳ ରେ ଆନନ୍ଦ ର ଲହର ଖେଳିଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ସହର ରେ ରହିଥିବା କାଳୀ ପ୍ରସାଦ ବିହାରୀଙ୍କ ପୁଅ ଗଣେଶ ବିହାରୀ ୩ୟ ବର୍ଷ ସି ଇ ସି ଜି ଆଇ ଇ ଟି ୟୁନିଭର୍ସିଟି ର ଛାତ୍ର ଏହି ଜାତୀୟ ଫୁଟବଲ ଚମ୍ପିୟାନସିପ ଖେଳରେ ଭାଗ ନେଉଥିବା ଜଣା ପଡ଼ିବା ପରେ ଯୁବ ବର୍ଗ ତଥା କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି ।