ମୁରିବାହାଲରେ ପ୍ରେସ୍ ଦିବସ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ପଂଚାୟତ ସମିତି ସଭାଗୃହରେ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି |

ଏହି ଅବସରରେ ଅନୁଷ୍ଠିତ ସଭାରେ ବିଡ଼ିଓ ଦାଶରଥି ସାରାବୋ ମୁଖ୍ୟ ଅତିଥି,ସମ୍ମାନୀୟ ଅତିଥି ଭାବରେ, ବ୍ଲକ ଅଧକ୍ଷ ହଂସରଜା ଜୈନ, ଅତିରିକ୍ତ ତହସିଲଦାର ଶୁଶ୍ରୀ ସରିତା ଗୁପ୍ତା, ବରିଷ୍ଟ ସାମ୍ବାଦିକ ଧର୍ମ|ନଦ ସା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ | ସମାଜସେବୀ ସୁରଥ ବେହେରା ଓ ସାଥିଙ୍କୁ ସିନପାଲିରୁ ଭୁବନେଶ୍ୱର ପଦଯାତ୍ରା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା |ସାମ୍ବାଦିକ ଶ୍ରୀବତ୍ସ ବେହେରା ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକ ଭଗବାନ ମହାନ୍ତି, ଦୁର୍ଗାନନ୍ଦ ମହାକୁର, ନିମାଇଁ ବଘାର ପ୍ରମୁଖ କାର୍ଯ୍ୟ କ୍ରମରେ ସାମିଲ ହୋଇ ମତବ୍ୟକ୍ତ କରିଥିଲେ | ଶେଷରେ ସାମ୍ବାଦିକ ଶ୍ରୀ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.