Related Contents

ନିଜ ଜାତି ଓ ଧର୍ମ ହିଁ ଶ୍ରେଷ୍ଠ ବୋଲି ଅହଂଭାବରୁ ଦୂରେଇରହିଲେ ଏକ ଭାରତ ସମ୍ଭବ-ରାୟଗଡା ଗସ୍ତରେ ରାଜ୍ୟପାଳଙ୍କ ବାର୍ତ୍ତା

ରାୟଗଡା (ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ/ଗୋପୀନାଥ ଗୌଡ଼): ମହା ମହିମ ରାଜ୍ୟପାଳ ପ୍ରାଧ୍ୟାପକ ଶ୍ରୀ ଗଣେଶୀ ଲାଲ ରାୟଗଡା ଗସ୍ତରେ ଆସି ପ୍ରଥମେ କୁଟୁଳି ପଂଚାୟତ କାର୍ଯ୍ୟାଳୟରେ ୧୦ଜଣ ହିତlଧାରୀଙ୍କୁ ମଧୁବାବୁ ଭତ୍ତା ଦୁଇ ଜଣ ଦିବ୍ୟାଙ୍ଗଙ୍କ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ |

ତା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ମାସରେ ଗୃହ ସମ୍ପୂର୍ଣ କରିଥିବା ୪ଜଣ ହିତlଧାରୀଙ୍କୁ ୧୦ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରିଥିଲେ | ସେହିପରି କୁମ୍ଭିକୋଟା ପଂଚାୟତର ହିମିରିପଡା ଗ୍ରାମ ଉଦ୍ୟାନ ବିଭାଗ ଦ୍ୱାରା ନିର୍ମିତ ମନରେଗା ଯୋଜନାରେ ହୋଇଥିବା କାଜୁ ଗଛ ବୁଲି ଦେଖିବା ସହିତ ଚାଷୀଙ୍କ ସହ ଆଲୋଚନା କରିଥିଲେ | ରାୟଗଡା ସହର ନିକଟସ୍ଥ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇ ପ୍ରତ୍ୟକ ବ୍ୟକ୍ତି ଜାତି ଧର୍ମ ତଥା ସମ୍ପ୍ରଦାୟ ଅନ୍ୟକୁ ସମ୍ମାନ ଦେବା ଉଚିତ ନିଜ ଜାତି ଧର୍ମ ହିଁ ଶ୍ରେଷ୍ଠ ବୋଲି ଅହଂଭାବରୁ ଦୁରେଇ ରହିପାରିଲେ ଏକ ଭାରତ ସମ୍ଭବ ବୋଲି ରାଜ୍ୟପାଳ ପ୍ରାଧ୍ୟାପକ ଶ୍ରୀ ଗଣେଶୀ ଲାଲ କହିଛନ୍ତି | ସ୍କୁଲର ସମବେତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରଥିଲେ ନିଜର ଅଭିଭାଷଣରେ ପ୍ରଥମେ ଓଡ଼ିଶାର ଅlରାଧ୍ୟଦେବତା ଶ୍ରୀ ଜଗନ୍ନାଥଙ୍କୁ ସମ୍ବୋଧନ କରି ଜୟ ଜଗନ୍ନାଥରେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ | ଭାରତ ଗଠନ ଓ ଜଗନ୍ନାଥ ସଂସ୍କୃତିର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ | ପ୍ରତ୍ୟକ ବ୍ୟକ୍ତି ନିଜ ଜାତି ଓ ସଂସ୍କୃତି ପାଇଁ ସ୍ୱାଭିମାନ ହେବାରେ କିଛିକୁ ସୁଗୁଡ଼ା ନାହିଁ କିନ୍ତୁ ଏଠି ପାଇଁ ଅହଂକାର ରଖିଲେ | ଭାରତ ଭଳି ରାଷ୍ଟ୍ରରେ ସ୍ୱୀକାର କରାଯାଇପାରିବ ନାହିଁ ଜଣେ ଅନ୍ୟଜଣକୁ ଭଲପାଇ ଅନ୍ୟ ଧର୍ମରେ ମଧ୍ୟ ନିଜ ନିଜ ଭଗବାନଙ୍କୁ ଦେଖିପାରିବେ | ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ ରାମଙ୍କୁ ମହାମାଦ ମଧ୍ୟରେ ରାମଙ୍କୁ ଓ ରାମଙ୍କ ଭିତରେ ଯୀଶୁ ଓ ମହାମାଦଙ୍କୁ ଦେଖିବାର ମାନସିକତା ଆସିଲେ, ତାହା ବିଶ୍ୱ ନିମନ୍ତେ ସର୍ବଶ୍ରେଷ୍ଠ ବାର୍ତା ବହନ କରିପାରିବ ବୋଲି ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ | ଦେଶ ମଧ୍ୟରେ ଜାତି ଧର୍ମ ଭାଷା ପ୍ରତିଭା ଚେହେରା ଅନେକ ହୋଇଥିଲେ ମଧ୍ୟ ଭଲ ପାଇବା ଓ ସଂମାନ ଦେବାଭାରତ ତତ୍ତ୍ୱ ଦର୍ଶନ ସଫଳ ହୋଇପାରିବ ବୋଲି ପ୍ରକାଶ କରିଥିଲେ |
ଜ଼ିଲ୍ଲାପାଳ ଗୁହା ପୂନମ ତାପସକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ ପି ରାହୁଲ ପି ଆର ରାଜ୍ୟପାଳଙ୍କ ପ୍ରିନିସିପାଲ ସଚିବ ମଧୁସୂଦନ ପାଢ଼ୀ, କୋରାପୁଟ ଲୋକସଭା ସାଂସଦ ଝୀଂନ ହିକକା ଉପସ୍ଥିତ ଥିଲେ | ଏହାପରେ ସରକାରଙ୍କ ବିଭିନ୍ନ ଷ୍ଟଲ ମାନେ ବୁଲି ଦେଖିଥିଲେ ସେଥି ମଧ୍ୟରେ ଡଙ୍ଗରିଆଙ୍କ ଷ୍ଟଲକୁ ପ୍ରସଂଶା କରିଥିଲେ | ଏହାପରେ ସ୍କୁଲର ସମବେତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରଥିଲେ | ନିଜର ଅଭିଭାଷଣରେ ପ୍ରଥମେ ଓଡ଼ିଶାର ଅlରାଧ୍ୟଦେବତା ଶ୍ରୀ ଜଗନ୍ନାଥଙ୍କୁ ସମ୍ବୋଧନ କରି ଯେ ଜଗନ୍ନାଥରେ ନିଜର ବକ୍ତବ୍ୟ ରଖିଥିଲେ ସ୍କୁଲର ୫ଗୋଟି ଛାତ୍ରଛାତ୍ରୀଙ୍କୁ ଭାରତର ଅଖଣ୍ଡତା ବିଷୟରେ ପଚାରିବୁଝିଥିଲେ | ପିଲାମାନେ ଏହାର ସନ୍ତୋଷ ଜନକ ଉତ୍ତର ଦେଇଥିବାରୁ ରାଜ୍ୟପାଳ ଖୁଶି ହୋଇ ସେମାନଙ୍କୁ ୧୦୦ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିଥିଲେ | ରାଜ୍ୟପାଳ ମୋହଦୟ ନିଜେ ସବୁ ନେତା ଜବାହାରଲାଲ ନେହେରୁ ମହାତ୍ମା ଗାନ୍ଧୀ ଅଟଳବିହାରୀ ବାଜପାୟୀ ବିଜୁ ପଟ୍ଟନାୟକ ସମସ୍ତେ ସମାନ ବୋଲି କହିଥିଲେ | ଓଡିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ ଏହିଠାରେ ସମସ୍ତେ ସମାନ ନିଜେ ନିଜର ଜାତିକୁ ନେଇ ସମ୍ମାନ କର କିନ୍ତୁ ଆତ୍ମଗର୍ଵିତ ହୁଅନ୍ତୁ ନାହିଁ ବୋଲି କହିଥିଲେ | ଆଜିର ଏହି ଛାତ୍ର ଛାତ୍ରୀ ଦେଶର ଭବିଷ୍ୟତ ତେଣୁ ସେମାନେ ଦେଶର ଅଖଣ୍ଡତା ପ୍ରତି ସଚେତନ ହେବା ନିମନ୍ତେ କହିଥିଲେ | ଏହି ଅବସରରେ ରାଜ୍ୟପାଳ କିଛି ସମୟ ନିମନ୍ତେ ସ୍କୁଲର ଛାତ୍ର ଛାତ୍ରୀଙ୍କ ସହ ବିଚାର ବିମର୍ଷ କରିଥିଲେ | ଏହାପରେ କାନ୍ଧ ମାଲିଗମ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ | ଦେବଗିରି ଗୋଶାଳାକୁ ମାନ୍ୟବର ରାଜ୍ୟପାଳ ସ୍ଥାନୀୟ ସର୍କିଟ ଭବନ ମଧ୍ୟରେ ଉଦଘାଟନ କରିଥଲେ | ଏହି ଅବସରରେ ଗୋଶାଳା ଟ୍ରଷ୍ଟ ସଂଯୋଜକ ଗୁରୁ ସ୍ୱରୂପାନନ୍ଦଜୀ ଉପସ୍ଥିତ ଥିଲେ | ସେହିପରି ସ୍ଥାନୀୟ ସର୍କିଟ ହାଉସ ଠାରେ ଜ଼ିଲ୍ଲା ଆଦିବାସି ସେଲ ସଭାପତି ବସନ୍ତ ଉଲାକା ରାଜ୍ୟପାଳଂକୁ ମା ମଝିଘରିଆଣିଙ୍କ ଫୋଟ ଚିତ୍ର ପ୍ରଦାନ କରିଥିଲେ | ପରିଶେଷରେ ରାଜ୍ୟପାଳ ନିଜର ଗତ ଶେଷ କାର୍ଯ୍ୟକ୍ରମରେ ଡିଆରଡିଏ ସମ୍ମିଳନୀ ଗୃହରେ ଜ଼ିଲ୍ଲାସ୍ଥରୀୟ ଅଧିକାରୀଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପଚାରିବୁଝିଥିଲେ | ଜ଼ିଲ୍ଲାପାଳ ବିଭିନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୁଝାଇଥିଲେ ରାଜ୍ୟପାଳ ଜ଼ିଲ୍ଲାପ୍ରଶାଶନର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଥିଲେ | ଏହି ରାଜ୍ୟପାଳଙ୍କ କାର୍ଯ୍ୟକର୍ମରେ ଡି ଆର ଡି ଏ ପ୍ରକଳ୍ପ ଅଧିକାରୀ ଅମୃତ ଋତୁରାଜ ଅତିରିକ୍ତ ଜ଼ିଲ୍ଲାପାଳ ସୁଧାକର ଶବର, ଗୁଣୁପୁର ଆଇଟି ଡି ଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ ଉପଆଜ଼ିଲ୍ଲାପାଳ ପ୍ରବୀର ନାୟକ ବି ଡି ଓ ରାଜେନ୍ଦ୍ର ମାଝୀ, ଅତିରିକ୍ତ ବି ଡି ଓ ନୃସିଂହ ପଟ୍ଟନାୟକ, ବ୍ଲକ ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ ଯୋଗଦେଇଥିଲେ | ନିଜର ରାୟଗଡା ଗସ୍ତ ସମାପ୍ତ କରି ରାଜ୍ୟପାଳ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ସ୍ଥାନୀୟ ଜି ସି ଡି ବିଦ୍ୟାଳୟ ସ୍କୁଲ ପଡିଆରେ ରାଜ୍ୟପାଳ ଙ୍କୁ ଜ଼ିଲ୍ଲାପାଳ ଗୁହା ପୂନମ ତାପସକୁମାର ଏସ ପି ରାହୁଲ ପି ଆର ଓ ଜ଼ିଲ୍ଲାର ଉଚପଦସ୍ଥ ଅଧିକାରୀ ବିଦାୟ ଜଣାଇଥିଲେ

Comments are closed.