ବରୀ ଥାନା ଘେରିଲା ନବ ନିର୍ମାଣ କୃଷକ ସଙ୍ଗଠନ ଦାବି ପୂରଣ ପାଇଁ ଅଡ଼ି ବସିଲେ କୃଷକ

ବରୀ (ସତ୍ୟଜିତ ବାରିକ):ସାରା ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନକୁ ଆଜି ବରୀ ର ନବ ନିର୍ମାଣ କୃଷକ ସଂଗଠନ ସମର୍ଥନ କରିଛି।

ପ୍ରାଇଜ ପ୍ରେଷ୍ଟିଜ ଓ ପେନସନ ଦାବିରେ ଆଜି ରାଜ୍ୟ ରେ ଚାଲି ଥିବା ଥାନା ଘେରାଉ କୁ ସମର୍ଥନ ଜଣାଇ ବରୀ ର ନବନିର୍ମାଣ କୃଷକ ସଙ୍ଗଠନ ଆଜି ବରୀପାଳ ଠାରେ ଥିବା ବରୀ ରାମଚନ୍ଦ୍ର ପୁର ଥାନା କୁ ଘେରାଉ କରିଛି।ବରୀ ବ୍ଲକ ର ଉପଦେଷ୍ଟା ଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଏକ ବିରାଟ ରାଲି ରେ ଆସି ବରୀ ଥାନା ଘେରାଉ କରିଥିବା ଦେଖିବକୁ ମିଳିଛି।ସୁରକ୍ଷା ଭତ୍ତା ସମେତ ଉଚିତ ସମ୍ମାନ ପ୍ରଦାନ, ଧାନ କ୍ୱିଣ୍ଟାଳ ପିଛା ୫୦୦୦ ଟଙ୍କା କରାଯିବା, ବ୍ଲକ କୁ ସମ୍ପୂର୍ଣ ମରୁଡି ଘୋଷଣା ସାଙ୍ଗକୁ କୃଷିରୁଣ ଛାଡ଼ କରିବା, ତ୍ରୁଟିପୂର୍ଣ କୃଷିବୀମା ଆକଲନର ପୁନଃ ତର୍ଜମା ପୂର୍ବକ ସଠିକ ଆକଳନ କରି କୃଷିବୀମା ପ୍ରଦାନ, କରାଯିବା ସହ ଗତ ୪ ତାରିଖରେ ଭୁବନେଶ୍ବରରେ ଆୟୋଜିତ ବିଶାଳ ଚାଷୀ ସମାବେଶକୁ ଯାଉଥିବା ଚାଷୀଙ୍କୁ କୁଆଖିଆ ଠାରେ ରାସ୍ତାରେ ପୋଲିସ ଲଗାଇ ଅଟକାଇବା ସହିତ ବଳପୂର୍ବକ ଉଠାଇ ନେବା ମାଡ ମାରିବା ପ୍ରତିବାଦରେ ଏହି ବିକ୍ଷୋଭ ତଥା ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବରୀ ,ଅରଙ୍ଗାବାଦ ,ବାଲିଆ, ବାଲିବିଲି, କଳାମାଟିଆ,ଭଅଁରା, ଭୁରୁଙ୍ଗା ଉଦୟାନାଥ ପୁର ,ରତାଳଙ୍ଗ, ଆଦି ସମସ୍ତ ପଞ୍ଚାୟତ ରୁ ଶତାଧିକ ଚାଷୀ ଆଜିର ଥାନା ଘେରାଉ ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Comments are closed.