ଓଡିଶା ନ୍ୟୁଜ୨୪ର ପ୍ରଭାବ-ତେନ୍ତୁଳୀଗୁମ୍ମା ଗ୍ରାମବାସୀଙ୍କ ଡଙ୍ଗା ଦାବି ପୁରଣ କଲେ ସରକାର

ବୈପାରୀଗୁଡା (ଏନ. ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳୀଗୁମ୍ମା ପଂଚାୟତ ର ଭେଜିଣିଗୁଡା ନଦୀ ଘାଟରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ନୂତନ ଡଙ୍ଗା ଶୁଭାରମ୍ଭ କରାଗଲା |

ତେନ୍ତୁଳୀଗୁମ୍ମା ପଂଚାୟତର ମୋଟ ୧୧ଖଣ୍ଡ ଗାଁ ମଧ୍ୟରୁ ମାଛଗୁଡା,କଣ୍ଟାବାଉଁଶିଆଗୁଡା,ମାଙ୍କଡ଼ପାମି,ମାଟିଗୁଡା ର ମୋଟ ୫୦୦ ରୁ ଉର୍ଦ୍ଧ ଲୋକେ ନଦୀ ଆରପଟ ରେ ବସବାସ କରୁଥିବାରୁ ସେମାନଙ୍କୁ ଯାତାୟାତ କଷ୍ଟକର ହେଉଥିବା ବିଷୟରେ ଗତ କିଛି ଦିନ ତଳେ ଆମ ପ୍ରତିନିଧି ସହିତ ଅନେକ ଗଣମାଧ୍ୟମ ଖବର ପ୍ରକାଶ କରିବା ପରେ ଆଜି ପ୍ରଶ୍ନ ତରଫରୁ ନୂଆ ଡଙ୍ଗା ଯୋଗାଇଦିଆଯାଇଛି | ଏବେ ନଦୀ ଆରପଟ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି କିନ୍ତୁ ଏହି ସଵାରୀ ନଦୀରେ ଗୋଟିଏ ପୋଲ ନିର୍ମାଣ କଲେ ଯେଉଁ ମୌଳିକ ଅଧିକାରରୁ ବଂଚିତ ଅଛନ୍ତି ସେମାନଙ୍କୁ ସରକାରୀ ଯୋଜନା ପହଂଚିବା ସହ ଉକ୍ତ ଅଂଚଳର ଉନ୍ନତି ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି |

Comments are closed.