ସମାଜ ସେବି ଉତ୍ତମ ମଲ୍ଲିକ ଙ୍କ ୬ତମ ୱାଟର ପ୍ୟୁରିଫାୟାର ଉଦଘାଟିତ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୮୧ ଗ୍ରାମରେ ଉତ୍ତମ୍ ମାଲିକଙ୍କ ଆଉ ଏକ୍ ୱାଟର ପ୍ୟୁରିଫାୟାର ଉଦଘାଟନ କରାଯାଇଛି I

ଏହାକୁ ମିଶି ସେ ୬ଟି ୱାଟର ପ୍ୟୁରିଫାୟାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉଦ୍ଘାଟନ କରିସାରିଛନ୍ତି | କିଡ୍ନୀ ରୋଗରେ ପୀଡ଼ିତ ହେବାରୁ ସେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ସାମାଜ ସେବି ଉତ୍ତମ୍ ମଲ୍ଲିକ୍ l ଆଜି ତାଙ୍କ ପୁଅ ଓ ଝିଅ ପୂଜା ମଲ୍ଲିକ ଓ ଶ୍ରୀକାନ୍ତ ମଲ୍ଲିକଙ୍କ ଦ୍ୱାରା ଏହି ୱାଟର ପ୍ୟୁରିଫାୟାର ଉଦଘାଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ପରିତୋଷ ସରକାର, ଶୁଭ୍ରାଂଶୁ ଶେଖର ସାହୁ, ମନୀନ୍ଦ୍ର ଗୋଲ୍ଡର, ଅଭିମନ୍ୟୁ ମଣ୍ଡଳ ଏବଂ ଆଜିର ଅତିଥି ଜେ ଟି ରାମରାଓ ସୋସିଆଲ ୱାର୍କର ଯୋଗଦେଇ ଥିଲେ ଓ ଶ୍ରୀ ମଲ୍ଲିକ ଆଗାମୀ ଦିନରେ ଆହୁରି ଅନେକ ଉତ୍ତମ କାମ କରିବେ ବୋଲି ପ୍ରକାଶ କରିଛନ୍ତି ଲ

Comments are closed.