Thursday, March 28, 2024

Top 5 This Week

Related Posts

୧ କୋଟି ୩୫ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ : ମାଫିଆ ଫେରାର

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୨୭/୧୨) : ଆଙ୍କର-ମାଛକୁଣ୍ଡ ପୋଲିସ କୁ ବଡ ସଫଳତା । ବିପୁଳ ପରିମାଣରେ ଗଛିତ ରଖାଯାଇଥିବା ଗଞ୍ଜେଇ ଘର ଉପରେ ଚଢାଉ କରି ୧ କୋଟି ୩୫ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ ।

ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏସ.ଡ଼ି ପିଓ ଙ୍କ ନେତୃତ୍ଵ ରେ ମାଛକୁଣ୍ଡ, ଲମତାପୁଟ ପୋଲିସ ୧୦ ଜଣିଆ ଟିମ୍ ଗଠନ କରି ବାଲେଲ ଗ୍ରାମ ରେ ଥିବା ବିଜୁ ପକ୍କା ଘର ଉପରେ ଚଢ଼ାଉ କରିଥିଲା ପୋଲିସ । ଘର ଭିତରୁ ୫୮ ଟି ବସ୍ତାରେ ୧ ଟନ୍ ୩ କୁଇଁଣ୍ଟାଲ ୫୭କେଜି ଗଞ୍ଜେଇ ଗଛିତ ରହିଥିଲା । ପୋଲିସ ଗ୍ରାମରେ ପହଞ୍ଚିବା ଦେଖି ମାଫିଆ ଫେରାର ହୋଯାଇଛନ୍ତି । ଏହି ଗଞ୍ଜେଇ ମୂଲ୍ୟ ୧ କୋଟି ୩୫ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି ।

ଭିଓ ୧-ନନ୍ଦପୁର SDPO କହିଛନ୍ତି ପୂର୍ବ ଖବର ମୁତାବକ ଫର୍ସ ମୁତୟନ କରି ଗଛିତ ଥିବା ଗଞ୍ଜେଇ ଜବତ କରିବାରେ ସଫଳତା ମିଳିଛି ଏବଂ ଦୁଇ ଅଭିଯୁକ୍ତ ଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଦୁଇ ମାଫିଆଙ୍କ ନାମ ଗୋପନୀୟ ରଖା ଯାଇଥିବା କହିଛନ୍ତି । ଖୁବ୍ ଶୀଘ୍ର ଗିରଫ କରାଯିବ ଏବଂ ଗଞ୍ଜେଇ ଚାଷ, ଗଞ୍ଜେଇ ଚୋରା ଚାଲାଣ ଏବଂ ଗଞ୍ଜେଇ ଗଛିତ ରଖିଥିବା ଜାଗା ଗୁଡ଼ିକ ପୋଲିସ ଚିହ୍ନଟ କରିଛି । ଆଗାମୀ ଦିନରେ ପୋଲିସ କୁ ଆହୁରି ସଫଳତା ମିଳିବା ନେଇ ଆଶା ରଖିଛନ୍ତି ।

Popular Articles