ନରସିଂହପୁର ରେ ଡାଇଲିସିସ କେନ୍ଦ୍ର ଲୋକାର୍ପିତ

ନରସିଂହପୁର(ଶକ୍ତିଶ୍ୱର ରଣା): କଟକ ଜିଲ୍ଲା ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲୋକାର୍ପିତ ହୋଇଛି ଡାଇଲିସିସ କେନ୍ଦ୍ର |

ରାଜ୍ୟର ଗ୍ରାମଞ୍ଚରେ ଏହା ପ୍ରଥମ ଡାଇ ଲିସିସ କେନ୍ଦ୍ର ଭାବେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ସ୍ଥାନୀୟ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର, ବଡମ୍ବା ନିଜିଗଡ଼ ସମିତିସଭ୍ୟ ମୁରଲୀଧର ମହାପାତ୍ର ଆଦି ଉପସ୍ଥିତ ଥିଲେ | ଏହା ସହିତ ମାଣିଆବନ୍ଧ, ବଡମ୍ବା, କାନପୁର, ଜିଲିଣ୍ଡl, ଓ ନରସିଂହପୁର ଡାକ୍ତରଖାନା ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ଭୂମି ପୂଜନ ହୋଇଯାଇଛି | ନରସିଂହପୁର ଅଂଚଳ ରେ ବହୁତ କିଡ୍ନୀ ରଡି ଥିବାରୁ ଅନେକ ଦିନ ଧରି ଏଠାରେ ଏକ ଡାଇ ଲିସିସ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା |

Comments are closed.