କ.ନୂଆଗାଁ ରେ ଵିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ବାଲିଗୁଡା (ବିଭୁତି ଲହରିଆ): କ.ନୂଆଗାଁ ରେ ଵିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି।ସମସ୍ତ ବିଜେଡି କର୍ମୀ ସ୍ଥାନୀୟ କଜାମେଣ୍ଡି ଛକରୁ ପଦଯାତ୍ରାରେ ଵାହାରି ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଥିଲେ ।

ସେଠାରେ ଜିଲ୍ଲା ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀ ନେତୃତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ସହପର୍ଯ୍ୟବେକ୍ଷକ ବିକ୍ରମ ପଣ୍ଡା ରାଜ୍ୟର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କୁ ବୁଝାଇ ଥିଲେ । ଏବଂ ନବୀନ ପଟ୍ଟନାୟକ ସରକାରଙ୍କ ଯୋଜନାର ସୁବିଧା ସୁଯୋଗ ଗରିବ ଲୋକଙ୍କୁ ମିଳିଛି । ତାହା ଗାଁ ଗାଁରେ ଲୋକ ମାନଙ୍କୁ ସଚେତନ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଜନ ସମ୍ପର୍କ ପଦଯାତ୍ରାରେ ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ଵାଲିଗୁଡା ବିଧାୟକ ରାଜିଵ ପାତ୍ର, ଫୁଲବାଣୀ ବିଧାୟକ ଦୁଗୁନି କହର, ଵ୍କକ ଚେୟାରମ୍ୟାନ ଚକ୍ର ମଣି କହର, କ.ନୂଆଗା ସରପଞ୍ଚ ସାନିରା ପ୍ରଧାନ ପମୁଖ ଯୋଗ ଦେଇ ଥିଲେ।

Comments are closed.