Related Contents

ନବରଙ୍ଗପୁର ଜିଲ୍ଲା ଦିନିକିଆ ଗସ୍ତରେ ମହାମହିମ ରାଜ୍ୟପାଳ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ. ସତୀଶ): ନବରଙ୍ଗପୁର ଜିଲ୍ଲା ଦିନିକିଆ ଗସ୍ତରେ ଆସିଛନ୍ତି ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶିଲାଲ । ରାଜ୍ୟପାଳ ପ୍ରଥମେ ସ୍ଥାନୀୟ ସର୍କଟ ହାଉସ ପହଂଚି ଥିଲେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ଏସପି ବିବେକନନ୍ଦ ଶର୍ମା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ରାଜ୍ୟପାଳ ପାପଡାହାଣ୍ଡି ସ୍ଥିତ ସହିଦ ପୀଠ ମିନାର ସ୍ତମ୍ବ ଠାରେ ପହଂଚି ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ସଂଗ୍ରାମୀ ପରିବାର ଲୋକ ସହ ଆଲୋଚନା କରିଥିଲେ।ପାପଡାହାଣ୍ଡି ଦୋଳାଇ ଗୁଡ଼ା ସ୍ଥିତ ଏସଏସଡି ହାଇସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ଜୟ ଶ୍ରୀରାମ ସହାୟକ ଗୋଷ୍ଠୀ, ଟେରାକୋଟା ଉତ୍ପାଦନ କେନ୍ଦ୍ର ଓ ଜାଲାଣୀ ମାତା ସ୍ୱଂୟ ସହାୟିକା ଗୋଷ୍ଠି ମାନଙ୍କ ଦ୍ୱାରା ନିର୍ମିତ ଜିନିଷ ଗୁଡିକ ପାଇଁ ବଜାର ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦେଇଥିଲେ । ଗ୍ରାମାଞ୍ଚଳ ମହିଳା ଓ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ସହାୟତାରେ ତାଲିମ ପ୍ରଦାନ କରି ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ। ରାଜ୍ୟପାଳ ସ୍କୁଲରେ ବୃକ୍ଷ ରୋପଣ କରିଥିଲେ।ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ପରେ ରାଜ୍ୟପାଳ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପହଂଚି ନିର୍ବାଚିତ ଜଣ ପ୍ରତିନିଧି ଙ୍କ ସହ ଆଲୋଚନା କରିବା ସହ ସମସ୍ତ ପ୍ରଶାସନ ଅଧିକାରୀ ଓ ଲୋକ ପ୍ରତିନିଧି ମାନେ ଜଣ ସାଧାରଣ ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ଵାନ ଦେଇଥିଲେ। ସ୍ଥାନୀୟ ମିଶନ ଶକ୍ତି ସମ୍ମଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ର ବିଭିନ୍ନ ଯୋଜନା କିପରି ଚାଲିଛି ତାହାର ସମୀକ୍ଷା କରିଥିଲେ। ପରିଶେଷରେ ରାଜ୍ୟପାଳ ନବରଙ୍ଗପୁର ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାରେ ନିୟମିତ ଯୋଗ ପ୍ରଶିକ୍ଷଣ କେନ୍ଦ୍ର କୁ ଉଦଘାଟନ କରିଥିଲେ । ରାଜ୍ୟପାଳଙ୍କ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର , ଏସପି ବିବେକନନ୍ଦ ଶର୍ମା ,ବିଧାୟକ ମନୋହର ରନ୍ଧାରୀ ,ଭୁଜବଳ ମାଝୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା ,ଉପାଧ୍ୟକ୍ଷ।ନିବେଦିତା ମହାନ୍ତି ,ବିକାଶ ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ,ଉପାଧ୍ୟକ୍ଷ। ମଞ୍ଜୁଳା ମାଝୀ ,ଉପଜିଲ୍ଲାପାଳ କୁରୁଣାକାର ରାଇକା , ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ,ସମାଜ ମଙ୍ଗଳ ଅଧିକାରୀ ନିମାଇଁ ସ୍ଵର୍ଣକାର , ମୁନ୍ନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସ୍ଥାନୀୟ ସର୍କଟ ହାଉସ ଠାରେ ଜିଲ୍ଲା ବିଜେପି ଦଳର ଏକ କମିଟି ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ୱାରକପତ୍ର ପ୍ରଦାନ କରି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ଉନ୍ନୟନ ଯୋଜନା ଗୁଡିକ ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ମୁକ୍ତ ବିଦ୍ୟୁତ ଯୋଗାଇ ଦିଆଯାଉଥିବା ବାବଦରେ ହିତାଧିକାରୀ ଙ୍କ ଠାରୁ ୨୦୦ ଟଙ୍କା ରୁ ୫୦୦ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ। ଏହି ଯୋଜନାରେ ଯୋଗାଇ ଥିବା ଉପକରଣ ନିମ୍ନମାନ ଓ ହିତାଧିକାରୀ ଙ୍କୁ ବଲବ ଦିଆ ନ ଯାଉଥିବା ଅଭିଯୋଗ କରିଥିଲେ।ଏଥିରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ,ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି ,ରମେଶ ସାହୁ , ମୃତଞ୍ଜୟ ଦାସ , କାଂହୁ ଦାସ , ମୃତଞ୍ଜୟ ମହାରଣା , ସୁବ୍ରତ କୁମାର ମିଶ୍ର ,ମାନସ ଦାସ ,ଅରୁଣ ପୂଜାରୀ ,ସଂଜୀବ ନନ୍ଦ ,ଦିବାକର ପୂଜାରୀ , ମନୋଜ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.