Thursday, March 28, 2024

Top 5 This Week

Related Posts

କୁନ୍ଦୁରା ସଦର ମହକୁମା ରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ରିପୋର୍ଟ : ରୁଦ୍ର ନାରାୟଣ ହୋତା
କୁନ୍ଦୁରା, (୨୭/୧୨) : କୁନ୍ଦୁରା ସଦର ମହକୁମା ସ୍ଥିତ ସାଗରଗୁଡ଼ା ଠାରେ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l

ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ଏକ ଚିତ୍ର ଏଲ ଇ ଡି ମାଧ୍ୟମରେ ଗ୍ରାମବାସୀଙ୍କ ଠାରେ ଉପସ୍ଥାପନା କରାଯାଇଛି l କୁନ୍ଦୁରା ସଦର ମହକୁମା ରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଯୋଗ ଦେଇଥିଲେ l

ଅନ୍ୟାନ୍ୟ ଅତିଥି ମଧ୍ୟରୁ ବିଜୁ ଜନତା ଦଳ ଜିଲ୍ଲା ଉପସଭାପତି ସଞ୍ଜୟ କୁମାର ସାହୁ, ବ୍ଲକ ବିଜେଡି ର ସଭାପତି ବୃନ୍ଦାବନ ମଳିକ, ଜିଲ୍ଲା ଉପସଭାନେତ୍ରୀ କନକଲତା ପେଣ୍ଠିଆ, ବ୍ଲକ ସଭାନେତ୍ରୀ ଲଳିତା ନାୟକ, କାର୍ଯ୍ୟ କାରିଣୀ ସଭାନେତ୍ରୀ ଦମୟନ୍ତୀ ମଲିକ, ଯୋନ ୧ ସଂଯୋଜକ ଉମାକାନ୍ତ ଦାସ ଯୋନ ୨ ସଂଯୋଜକ ରାଧାବିନଦ ସାମନ୍ତରାୟ, ବରିଷ୍ଠ ନେତା ନରେନ୍ଦ୍ର ପ୍ରଧାନ, ଯୁବ ସଭାପତି ରମାକାନ୍ତ ମିଶ୍ର, ମିଡ଼ିଆ ସେଲ ସଭାପତି ବିକ୍ରମ କୁମାର ବେହେରା, ସମସ୍ତ ପଞ୍ଚlୟତ ସଭାପତି, ସଚେତକ, ବରିଷ୍ଠ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Popular Articles