ରାଜଗାଙ୍ଗପୁରର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳିତ

ରାଜଗାଙ୍ଗପୁର (ରାଜେଶ କୁମାର ଜେନା); ଆଜି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ପ୍ରତ୍ୟେକ ସ୍କୁଲ କଲେଜରେ ଶିଶୁ ଦିବସ ପାଳନ କରାଯାଇଅଛି ।

ଭାରତର ସ୍ୱାଧିନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ହେଉଛନ୍ତି ସ୍ୱର୍ଗତ ପଣ୍ଡିତ ଜବାହର ଲାଲ ନେହେରୁ । ସେ କେବଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନ ଥିଲେ, ସେ ଥିଲେ ମାନବଵାଦୀ ଓ ଅତ୍ୟନ୍ତ ଶିଶୁ ପ୍ରେମୀ । ଶିଶୁ ମାନଙ୍କୁ ସେ ପ୍ରାଣଭରି ଭଲ ପାଉଥିଲେ । ତେଣୁ ତାଙ୍କରି ଜନ୍ମ ଦିବସ ନଭେମ୍ବର ୧୪ ତାରିଖରେ ଶିଶୁ ଦିବସ ରୂପେ ପାଳନ କରାଯାଉଅଛି । ଶିଶୁ ମାନଙ୍କର ଏହା ଏକ ଆନନ୍ଦର ଦିନ । ଆଜିର ଶିଶୁ କାଲି ର ଭବିଷ୍ୟତ । ତେଣୁ ଆଜି ଶିଶୁ ଦିବସ ଉପଲକ୍ଷେ ରାଜଗାଙ୍ଗପୁରର ବିଜୁ ଯୁବ ବାହିନୀ ମିଶି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଓ ବସ୍ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବକୃତା, ରଚନା ଓ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରିଥିଲେ । ଏଥିରେ ଛୋଟ କୁନିକୁନି ପିଲା ମାନେ ଭାଗ ନେଇ ନିଜ କଳାର ପ୍ରଦର୍ଶନ କରିଥିଲେ ।

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ରାଉତ, ଏବଂ ବସ୍ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରିଯୁକ୍ତ ଅକ୍ଷୟ ଦାସ ଓ ରାଜଗାଙ୍ଗପୁର ବ୍ଲକ ର ଜି.ଆର.ସି.ସି ଶ୍ରୀ ଅନନ୍ତ ନାରାୟଣ ସେନାପତି ଶିଶୁ ଦିବସ ବିଷୟରେ ଛାତ୍ରଛାତ୍ରୀଙ୍କୁ କିଛି ବାଣୀ କହି ଶୁଣାଇଥିଲେ । ସେମାନେ ହେଉଛନ୍ତି ଦେଶର ଭବିଷ୍ୟତ, ସେମାନଙ୍କ ସର୍ଵବିଧି ଉନ୍ନତି ଉପରେ ଦେଶର ଉନ୍ନତି ନିର୍ଭର କରେ । ଏବଂ ଶେଷରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା ।

Comments are closed.