କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
294

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୬/୧୨) : ଆଜି କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ଆନୁକୂଲ୍ୟରେ କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗା ମଣ୍ଡପ ଠାରେ ସନ୍ଧ୍ୟା ୬ ଘଟିକା ସମୟରେ ସଂଘ ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି ।WhatsApp Image 2021 12 26 at 8.47.38 PM କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ପଶ୍ଚିମ ଓଡ଼ିଶା ଶାଶ୍ଵତ ରଙ୍ଗୀନ ମେଲୋଡି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା ଓ ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର ରିନା ପ୍ରଧାନ, କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଜଗଦୀଶ ସେଠୀ, ପ୍ରଶାନ୍ତ ରଣା, ଶିକ୍ଷକ ଅଶୋକ ସାହୁ, ସରକାରୀ ଓକିଲ ସୁରେଶ ରଣା ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ଜୟ ମହାରଣା, ବଂଶୀଧର ମାଝୀ, ପ୍ରଭାତ ସାହୁ, ବଳରାମ ବାଘ, ରଞ୍ଜନ ପାତ୍ର ଓ କଣ୍ଟାମାଳ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।