ବ୍ଲକସ୍ତରୀୟ ଜୁନିୟର ରେଡ଼କ୍ରସ ପକ୍ଷରୁ ସଚେତନତା ଶିବିର

କପିଲାଭଟା (ଭଗବାନ ମହାନ୍ତି/ନିମାଇଁ ବଘାର): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ପତ୍ରପାଲି ପଂଚାୟତର ଦେବଙ୍ଗ ଗ୍ରାମରେ ଥିବା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ଜୁନିୟର ରେଡ଼କ୍ରସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ପ୍ରଥମେ ଜିଆରସି ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରାମ ରତନ ମେହେରଙ୍କ ଅଧକ୍ଷତାରେ ମୂଖ୍ୟ ଅତିଥି ଭାବେ ମୁରିବାହାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପୀତବାସ ସାହୁ, ସମ୍ମାନୀତ ଅତିଥି ଭାବେ ଜିଆରସି ବ୍ଲକ ସଂଯୋଜକ ଦେବାନନ୍ଦ ଦାସ, ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଆଶିଷ ଦେବ ସା, ଜିଆରସି କାଉନସିଲର ଚୌବନ ଯାନୀ, ଘିମାନନ୍ଦ ଭୋଇ,ରାଜେନ୍ଦ୍ର ଭୋଇ,ଲକ୍ଷ୍ମୀକାନ୍ତ ଭୋଇ, ବିଦ୍ୟାଳୟ ପରିଚାଳନା ସଭାପତି ଦୁଲ୍ଲଭ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମ ପରିକ୍ରମା କରିବା ସହ ସଫେଇ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ତରିଆ, କ୍ରୀଡା ଶିକ୍ଷକ ବିରେନ୍ଦ୍ର କୁମାର ଖଟୁଆ, ରୋଜ ବ୍ୟୁଟି ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.