Related Contents

ରାଜଗାଙ୍ଗପୁରର ବାବା ତଲାଵ ଠାରେ ଛଟ ପୂଜା ଆୟୋଜିତ

ରାଜଗାଙ୍ଗପୁର (ରାଜେଶ କୁମାର ଜେନା); ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ବାବା ତଲାଵ ଠାରେ ଛଟ ପୂଜା ପାଇଁ ଆୟୋଜନ କରା ଯାଇଥିଲା |

ଦୀର୍ଘ ବହୁ ବର୍ଷ ଧରି ଏଠାରେ ଛଟ ପୂଜା ବହୁ ଆଡ଼ମ୍ବରେ ପାଳନ କରାଯାଉଅଛି। ରାଜଗାଙ୍ଗପୁରର ହଜାର ହଜାର ଲୋକ ମାନେ ଏହି ପୂଜା କରିବାକୁ ବାବା ତଲାଵ ନିକଟକୁ ଆସିଥିଲେ। ଏହି ପୂଜାରେ ମାତା ଛଟି(ଉଷା) ଙ୍କୁ ପୂଜା କରାଯାଏ । ମାତା ଉଷା ସ୍ୱର୍ଯ୍ୟଙ୍କ ସ୍ତ୍ରୀ ହୋଇଥିବାରୁ ସୂର୍ଯ୍ୟଙ୍କ ପୂଜା କରିବାର ମହତ୍ତ୍ୱ ଅଧିକ ରହିଛି । ହିନ୍ଦୁ ଧର୍ମରେ ଏହି ପୂଜାକୁ ବହୁ ଧୁମଧାମରେ ପାଳନ କରାଯାଏ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀରେ ଉପାସନା କରି ହଜାର ହଜାର ଭକ୍ତ ଗଣ ମଧ୍ୟ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେଇଛନ୍ତି । ଏବଂ ସେଠାରେ ରାଜଗାଙ୍ଗପୁର ଅଧ୍ୟକ୍ଷା ଶ୍ରୀମତୀ ସୁଶ୍ରୀତା ପାଇକରାଏ ଓ ବି.ଜେ.ଡି ଟାଉନ ସଭାପତି ଶ୍ରୀଯୁକ୍ତ ଅମ୍ବରେଶ ପଣ୍ଡା ପହଞ୍ଚି ଆରତୀ ପାଇଁ ଦୀପ ପ୍ରଜ୍ୱଳନ କରି ଥିଲେ । ଏହି ପୂଜା ଦେଖିବା ଲାଗି ବହୁ ମାତ୍ରାରେ ଲୋକ ମାନଙ୍କ ଭିଡ ଜମି ରହିଥିଲା ।

Comments are closed.