ଝରିଗାଁ ବ୍ଲକ ଓଡିଶା କୃଷକ ସଭା ତରଫରୁ ବ୍ଲକ ଅଫିସ ଘେରାଉ

ଝରିଗାଁ(ତ୍ରିନାଥ ଧରୁଆ): ଝରିଗାଁ ବ୍ଲକ ଓଡିଶା କୃଷକ ସଭା ଝରିଗାଁ ବ୍ଲକ ସାଙ୍ଗଠନିକ କମିଟି ପକ୍ଷରୁ ଆଜି ଝରିଗାଁ ତହସିଲ ଅଫିସ ଠାରୁ ସଭା ଯାତ୍ରାରେ ସମସ୍ତେ ସାମିଲ ହୋଇ ବ୍ଲକ ଅଫିସରେ ପହଞ୍ଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଓ ଜଙ୍ଗଲ ଅଧିକାର ଆଇନର ସଠିକ କାର୍ଯକାରି କରିବା ସହ ୧୦ ଗୋଟି ଦାବିକୁ ଯଥା ଶୀଘ୍ର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଝରିଗାଁ ଗୋଷ୍ଟି ଉନୟନ ଅଧିକାରୀ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଦାବିପତ୍ରରେ ଅଣ ଆଦିବାସୀ ମାନଙ୍କର ଦାଖଲ ଜଙ୍ଗଲ ଜମିକୁ ସର୍ଭେ କରାଯାଇ ପଟ୍ଟା ବଣ୍ଟନ କରାଯାଉ, ଜଙ୍ଗଲ ଜମି ପଟ୍ଟା କମ ପରିମାଣରେ ଦିଆ ଯାଇଥିବା ଆଦିବାସୀ ମାନଙ୍କୁ ଦଖଲ ଅନୁଯାଇ ଜଙ୍ଗଲ ଜମି ପଟ୍ଟା ଦିଆଯାଉ ,ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନକୁ କଡା କଡି ପାଳନ କରଯାଉ, ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ୨୦୧୨ ନିୟମ ଅନୁଯାଇ ଯଥାଶୀଘ୍ର ସମସ୍ତ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଉ, ସମସ୍ତ ଚାଷୀ ମାନଙ୍କୁ ରୁଣ ଛାଡ କରାଯାଉ, ମକା ଚାଷୀଙ୍କ ନିମନ୍ତେ ମକାର ସର୍ବନିମ୍ନ ମୂଲ୍ୟ ୩୦୦୦ ଟଙ୍କା ଘୋଷଣା କରାଯାଉ, ପ୍ରତ୍ୟେକ ପଞ୍ଚାୟତରେ ମକା ମଣ୍ଡୀ କରାଯାଉ, ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ ବିରୋଧୀ କମ୍ପା ଆଇନ ୨୦୧୮ ପ୍ରତ୍ୟାହାର କରାଯାଉ, DLC ଓ SDLC ନିକଟରେ ଆବେଦନ କରାଯାଉଥିବା ସମସ୍ତ ଗୋଷ୍ଟି ଜଙ୍ଗଲ ଓ ଗୋଷ୍ଟି ସମ୍ବଳ ଅଧିକାର ଗୁଡିକ ଯଥା ଶୀଘ୍ର ଯାଞ୍ଚ କରି ସୀକୃତି ପ୍ରଦାନ କରାଯାଉ, ଜଙ୍ଗଲ ଚାଷ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ବେଆଇନ ଜଙ୍ଗଲ ଦଖଲ ଫାଇଦା ନେବା ବନ୍ଦ କରାଯାଉ, ,ସମସ୍ତ ଗରିବ ପରିବାର ବାଡି ପଟ୍ଟା ଦିଆଯାଉ ଆଦି ଯଦି ନିର୍ବାଚନ ପୂର୍ବରୁ ସମସ୍ତୁ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରାଯିବ ବୋଲି ଓଡିଶା କୃଷକ ସଭା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଝରିଗାଁ ତହସିଲଦାର କ୍ଷମାନିଧି ଭୋଇ, ଝରିଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମାଦ କୁମାର ନାୟକ, ଓଡିଶା କୃଷକ ସଭା ଜିଲ୍ଲା ଆବାହକ ରାଜେଶ ଜାନି, ଝରିଗାଁ ବ୍ଲକ ସମ୍ପାଦକ ଅଲେଖ କୁଲଦୀପ, ବ୍ଲକ ସାଙ୍ଗଠନିକ ସଭାପତି ନୂଆଖାଉ ଭତ୍ରା ସମେତ ୫୦୦ ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ |

Comments are closed.