ବାଲିଗୁଡାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

0
265

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୨୬/୧୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ତରଫରୁ ପଚିଶ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ଆପରା ନାଳ ନିକଟ ପଡିଆ ଠାରେ ପାଳିତ ହୋଇଛି | ବାଲିଗୁଡାରେ ବିଜେଡି କାର୍ଯ୍ୟଳୟ ରୁ ଏକ ବାଇକ ଶୋଭାଯାତ୍ରା ରେ ଶତାଧିକ ଦଳୀୟ କର୍ମୀ ନେତୃବୃନ୍ଦ ଯୁବ, ଛାତ୍ର ମହିଳା ସଂଗଠନ ର ସଦସ୍ୟ, ନିର୍ବାଚିତ ଜନ ପ୍ରତିନିଧି ବାହାରି ଆପରା ନାଳ ପଡିଆରେ ପହଂଚି ବିଜେଡି ର ପ୍ରତିଷ୍ଠା ଦିବସ ରେ ଏକ ସାଧାରଣ ସଭା ରେ ଯୋଗ ଦେଇ ଥିଲେ |bbb646eb 361c 4924 9137 7a5458a62b93 ବାଲିଗୁଡାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫୋଟୋ ଚିତ୍ର ରେ ଦଳୀୟ କାର୍ଯ୍ୟକର୍ତ୍ତା ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା | ଏଥିରେ ବାଲିଗୁଡାରେ ବିଜେଡି ବ୍ଲକ ସଭାପତି ଟୁନା ଦାସ ଙ୍କ ଅଧ୍ୟକ୍ଷତା ରେ ପ୍ରତିଷ୍ଠା ଦିବସ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା | ଏଥିରେ ମୂଖ୍ୟ ଅତିଥି ରୂପେ ବାଲିଗୁଡା ବିଧାୟକ ଚକ୍ରମଣି କହିଁର, ସଂମାନୀତ ଅତିଥରୂପେ ପୂର୍ବତନ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ନନ୍ଦିନୀ ମଳିକ, 1ec0842e bc9d 4eb5 a849 0679826c2742 ବାଲିଗୁଡାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତପୂର୍ବତନ ଏନଏସି ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଟି ଶ୍ରୀନିବାସ ରାଓ, ମଦନ ମୋହନ ପାଢ଼ୀ ବରିଷ୍ଠ ନେତା ନୀଳାମ୍ବର ପାତ୍ର, ଯୁବ ଛାତ୍ର ସମ୍ପାଦକ ଏମଡି ସୋନୁ, ଏମଡି ସାବେଜ଼ ବାଲିଗୁଡା ବ୍ଲକ ବିଜେଡି ଉପସଭାପତି ବିଜେଶ୍ୱର ମଳିକ ବାଲିଗୁଡା ନଗର ଯୁବ ସଭାପତି ସୁଜିତ କୁମାର ପାତ୍ର, ଯୋଗ ଦେଇ ବିଜେଡି ଦଳ ର ନୀତି ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ ବିକାଶ କାର୍ଯ୍ୟ କୁ ପାଥେୟ କରି ଦଳ କୁ ଆଗକୁ ନେବାକୁ ଦଳୀୟ କର୍ମୀ କୁ ଆହ୍ୱାନ ଦେଇଥିଲେ|

ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସ୍ୱଚ୍ଛ ଶାସନ ଓ ବିଭିନ୍ନ କଲ୍ୟାଣ ଯୋଜନା ସମ୍ପର୍କ ରେ ଦଳୀୟ କର୍ମୀ ଙ୍କୁ ବୁଝାଇ ଥିଲେ| ବାଲିଗୁଡା ବ୍ଲକ ରେବୀଙ୍ଗିଆ ସରପଞ୍ଚ ରଞ୍ଜୁ ଲତା ମଳିକ କଂଗ୍ରେସ ଦଳ ଛାଡି ନିଜ ର ଶତାଧିକ କର୍ମୀ କୁ ନେଇ ବିଜେଡି ଦଳରେ ଯୋଗ ଦେଇଛନ୍ତି | 6cf19210 74dd 45da 97ae 0e3b6da5ea36 ବାଲିଗୁଡାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତସେହିପରି ସୁବାସିନୀ ସାହୁ ବିଜେପି ଦଳ ଛାଡି ନିଜ ର କର୍ମୀ ଙ୍କ ସହ ବିଜେଡି ଦଳ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଙ୍କ ବିକାଶ ଓ ଜନ କଲ୍ୟାଣ କାର୍ଯ୍ୟ ରେ ଅନୁ ପ୍ରାଣିତ ହୋଇ ଦଳ ରେ ସାମିଲ ହୋଇ ଥିବା କହିଛନ୍ତି | ଯୁବ ବିଜେଡି ନେତା ଅବନୀ କାନ୍ତ ନାୟକ ସ୍ବାଗତଂ ଭାଷଣ ସହ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ |