Advertisements
Thursday, July 16, 2020
Home Education & Literacy ସାରସ୍ୱତ ପୁରୁଷ ଭାଗିରଥି ପାତ୍ରଙ୍କ ୭୯ତମ ଜୟନ୍ତୀ ସମାରୋହ

ସାରସ୍ୱତ ପୁରୁଷ ଭାଗିରଥି ପାତ୍ରଙ୍କ ୭୯ତମ ଜୟନ୍ତୀ ସମାରୋହ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ) : ଓଡିଶା ସାହିତ୍ୟ ଏକାଡେମୀ ଓ ସୃତି ସଂସଦ ମିଳିତ ଆନୁକୂଲ୍ୟରେ ସାରସ୍ୱତ ପୁରୁଷ ଭାଗିରଥି ପାତ୍ରଙ୍କ ୭୯ତମ ଜୟନ୍ତୀ ସମାରୋହ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ପାଳିତ ହୋଇଯାଇଛି ।

ସାହିତ୍ୟ ଏକାଡେମୀ ସଦସ୍ୟ ବୁଲୁ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯୋଗ ଦେଇ ଭାଗିରଥି ପାତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବ୍ୟକ୍ତା ଭାବେ ଡ଼ଃ ବିଜୟ କୁମାର ମିଶ୍ର, ସମାନ୍ନିତ ଅତିଥିଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର ଓ ନାରାୟଣ ପଣ୍ଡା ଯୋଗ ଦେଇଥିଲେ। ଅତିଥିମାନେ ଭାଗିରଥି ପାତ୍ରଙ୍କ ଜୀବନୀ ବ୍ୟାପି ସାହିତ୍ୟ ସାଧନା ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଓ ଡ଼ଃ ବିଜୟ କୁମାର ମିଶ୍ରଙ୍କ ଲିଖିତ “ସାହିତ୍ୟିକ ଭାଗିରଥି ପାତ୍ର” ଜୀବନୀ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ବିଶିଷ୍ଠ କବି ବଲ୍ଲଭ ରାଉତଙ୍କୁ ଚଳିତ ବର୍ଷର “ଭାଗିରଥି ସମ୍ମାନ” ପ୍ରଦାନ କରାଯାଇଥିଲା । କବିୟତ୍ରୀ ସୁମିତା ପଟନାୟକ ମାନପତ୍ର ପାଠ କରିଥିଲେ ଓ ଦୁର୍ଗା ପ୍ରସାଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ । ଆକାଶବାଣୀ କଣ୍ଠଶିଳ୍ପୀ ସୁରେଶ ମହାପାତ୍ର, ଅଶୋକ ମହାନ୍ତି ଓ ଯୁଗଳ ତ୍ରିପାଠୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ମନୋଜ ପଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ସୃତି ସଂସଦ ସମ୍ପାଦକ ରାମ ପ୍ରସାଦ ପାତ୍ର ଆବହକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନରସିଂହ ତ୍ରିପାଠୀ, ସମରେଶ ଗନ୍ତାୟତ , ରିତିକାନ୍ତ ଦୁବେ, ଭାସ୍କର ଦାସ, ହରି ବେହେରା, ଗଣେଶ ଦାସ, ପୂର୍ଣ୍ଣ ଚନ୍ଦ୍ର ମହାଙ୍କୁଡ଼ , ସବ୍ୟସାଚୀ ବିଷୋୟୀ , ନନ୍ଦ କିଶୋର ପାଢ଼ୀ , ସାନୁନ କୁମାର ପାତ୍ର ,ବର୍ଷା ପ୍ରିୟଦର୍ଶନୀ ପଣ୍ଡା ,ଅଖିଳ ଭଟ୍ଟ , ରେଣୁକା ଆଚାର୍ଜ ,ସୃତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: