Related Contents

ଠାକୁରାଣୀ ମନ୍ଦିର ଭୂମିପୂଜା- ଆମ ଗାଁ ଆମ ବିକାଶ ଯୋଜନାରେ ହେବ ନିର୍ମାଣ

ରାମନାଗୁଡ଼ା (ରଞ୍ଜନ ନାୟକ ବେହେରା): ଆଜି ରାମନାଗୁଡ଼ା ବ୍ଲକ ର ପରିକ୍ଷିତି ଗ୍ରାମ ପଞ୍ଚାୟତର ବିସିନ୍ଦା ଗ୍ରାମରେ ମାନ୍ୟବର ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ସୁଧୀର କୁମାର ଦାସ ଆନୁଷ୍ଠାନିକ ଭାବେ ଠାକୁରାଣୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜା କରିଥିଲେ |

ଏଥିରେ ବିଜେଡି ଯୁବ ନେତା ଶ୍ରୀ ଗଗନ ବିହାରୀ ଆଚାର୍ଯ୍ୟ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରଜନୀ ମାଂଡଙ୍ଗିପରିକ୍ଷିତି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ମାଂଡଙ୍ଗି ଏବଂ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ରାଓ କୁମୁରୀକା ଉପସ୍ଥିତ ଥିଲେ | ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା ଯେ ବହୁ ବର୍ଷ ପରେ ମନ୍ଦିର ନିର୍ମାଣ ହେବ | ଏହି ଅନୁଦାନ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ହେବ | ଏଥିରେ ସ୍ଥାନୀୟ ବହୁ ବିଜେଡି ନେତା ଉପସ୍ଥିତ ରହି ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରଶଂସା କରିଥିଲେ | ଏହା ସବୁ ସ୍ଥାନୀୟ ନାୟକ ସରପଞ୍ଚ ବୁଦ୍ଧଦେବ ମାଂଡଙ୍ଗି ପରିଚାଳନା କରିଥିଲେ |

Comments are closed.