ମାନଝରି ଠାରେ ବିଜୁ ଯୁବ ବାହିନୀର ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା କାର୍ଯ୍ୟକ୍ରମ

ଗୋଲାମୁଣ୍ଡା, କଳାହାଣ୍ଡି (ଚିତ୍ତରଞନ ବାଗ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅଧିନ ମାନଝରି ଗ୍ରାମ ଠାରେ ବିଜୁ ଯୁବ ବାହିନୀ ତରଫରୁ ସ୍ଵଛ ଓଡିଶା ସୁସ୍ଥ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ମାନଝରି ପଂଚାୟତ ବିଜୁ ଯୁବ ବାହିନୀ ର ନେତୃତ୍ୱରେ ହୋଇ ଥିବା ଏହି ସଚେତନ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗିରିଧାରୀ ତେଜି ଯୋଗ ଦେଇଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋହିତ ଠାକୁର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ମାନଝରି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟ ,ପଂଚାୟତ ଉଚ୍ଚ ବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ ,ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଗ୍ରାମରେ ଥିବା ସମସ୍ତ ଆଶା ଓ ଅଙ୍ଗନବାଡ଼ି କର୍ମି ଓ ସ୍ଥାନୀୟ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ଗ୍ରାମର ଅନେକ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ଏକ ସଚେତନ ବୈଠକ କରାଯାଇଥିଲା।ବୈଠକ ରେ ସଚେତନତା ଉପରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କଲା ପରେ ସେଠାରୁ ଏକ ବିଶାଳ ରେଲି ମାଧ୍ୟମରେ ବାହାରି ଗ୍ରାମ ପରିକ୍ରମା କରି ସାଧାରଣ ଲୋକଙ୍କୁ ଘର ଦ୍ୱାର ଅଖା ପାଖ ଗ୍ରାମ ର ଚତୁର୍ପାଶ୍ୱ କୁ ସ୍ଵଛ ରଖିବା ସହ ପାଇଖାନା ବ୍ୟବହାର ଉପରେ ବାର୍ତା ଦିଆ ଯାଇଥିଲା।ଏହି କାର୍ଯ୍ୟ କ୍ରମ ମାନଝରି ପଞ୍ଚାୟତ ବିଜୁ ଯୁବ ବାହିନୀର ୫୦ ସଦସ୍ୟ ଯୋଗ ଦେଇଥିବା ବେଳେ ଏଥିରେ ଗ୍ରାମରେ ଥିବା ପ୍ରାଥମିକ ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରୁ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଆଶା ଅଙ୍ଗନବାଡି କର୍ମି ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଅନେକ ସ୍ଥାନୀୟ ଲୋକ ସକ୍ରିୟ ଅଂଶ ଗ୍ରହଣ କରି ସଚେତନ କାର୍ଯ୍ୟକୁ ସାଫଲ୍ୟ କରିଥିଲେ।

Comments are closed.