Related Contents

କଳାହାଣ୍ଡି ଜିଲ୍ଲା ଜଳ ଓ ପରିମଳ ମିଶନ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଳାହାଣ୍ଡି ମ.ରାମପୁର(ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ଜଳ ଓ ପରିମଳ ମିଶନ ତରଫରୁ ଗତ ୦୯.୧୧.୨୦୧୮ ରୁ ଆସନ୍ତା ୧୯.୧୧.୨୦୧୮ ବିଶ୍ଵ ପଇଖାନା ଦିବସ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ ଗଣ୍ଡା, ସହର, ନଗର ସଫେଇ କାର୍ଯ୍ୟକ୍ରମ ଚାଲୁଅଛି ।

ତେବେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ବମକ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ମ. ରାମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବମକ ଗ୍ରାପର ସରପଞ୍ଚ, ପିଇଓ, ୱାର୍ଡ ସଭ୍ୟ, ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ, ସ୍କୁଲ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ,ସ୍ବେଛାସେବୀ ତଥା ଗ୍ରାମର ଅନେକ ପୁରୁଷ ଓ ମହିଳା ଯୋଗଦେଇ ଗାଁ ରାସ୍ତାଘାଟ ସଫା କରିଥିଲେ। ତେବେ ଏ କାର୍ଯ୍ୟକ୍ରମ ଆସନ୍ତା ଦିନଗୁଡିକରେ ଅନ୍ୟ ଗ୍ରାମମାନଙ୍କରେ ଚାଲିବ ବୋଲି ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି |

Comments are closed.