ମାଲକାନଗିରି ଗସ୍ତରେ ରାଜ୍ୟପାଳ

ମାଲକାନଗିରି: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲକାନଗିରି ଗସ୍ତ କରିଛନ୍ତି । ଗସ୍ତ ଅବସରରେ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସେ । ପରେ କୋରକୁଣ୍ଡା ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି ରାଜ୍ୟପାଳ । ସେଠାରେ ପିଆରଆଇ ମେମ୍ବରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୋମବାର ସକାଳୁ ମାଲକାନଗିରି ଏମଭି 3 ବିଏସଏଫ କ୍ୟାମ୍ପରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିଥିଲେ ରାଜ୍ୟପାଳ । ତେବେ ରାଜ୍ୟପାଳଙ୍କ ଗସ୍ତସୂଚୀରେ କିଛି ପରିବର୍ତ୍ତନ ହୋଇଛି । ପୂର୍ବ ନିର୍ଦ୍ଧାରିତ ବାଲିମେଳା ଗସ୍ତକୁ ବାତିଲ କରାଯାଇଛି । ତାର୍ଲକଟା ଗାଁକୁ ଯିବାର କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଛି । ତାର୍ଲକଟାରେ ଆଦିବାସୀଙ୍କ ସହ ରାଜ୍ୟପାଳଙ୍କ ଆଲୋଚନା ହେବାର ଥିଲା ।

ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁସାରେ କୋରକୁଣ୍ଡା ବ୍ଲକ କାର୍ଯ୍ୟାଳୟରୁ ଜବାହରଲାଲ ନେହେରୁ ନବୋଦୟ ବିଦ୍ୟାଳୟ ଅଭିମୁଖେ ଯିବେ ରାଜ୍ୟପାଳ । ସେଠାରେ ଛାତ୍ରଛାତ୍ରୀଙ୍କ ସହ ମିଶିବାର କାର୍ଯ୍ୟକ୍ରମ ରହିଛି । ପରେ ମାଲକାନଗିରି ଡିଆରଡିଏ ଅଫିସରେ ଅଧିକାରୀଙ୍କ ସହ ରାଜ୍ୟପାଳ ଆଲୋଚନା କରିବେ ବୋଲି ଜଣାପଡିଛି ।

Comments are closed.