Related Contents

ପଦ୍ମପୁରରେ ମା ଶ୍ୟାମାକାଳୀ ପୂଜା ମହାଆଡମ୍ବର ସହକାରେ ପାଳିତ

ପଦ୍ମପୁର(ପ୍ରଭାତ ମିଶ୍ର): ରାୟଗଡା ଜିଲ୍ଲା ପଦ୍ମପୁର ସଦର ମହକୁମାରେ ମା ଶ୍ୟାମାକାଳୀ ପୂଜା ମହାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି |ସମସ୍ତ ପୂଜା କାର୍ଯ୍ୟକୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋଦାବରୀ ରାଉତ କର୍ତ୍ତା ଭାବେ ତୁଲାଇଥିଲେ |

ପୂଜାମଣ୍ଡପକୁ ଚିତ୍ତାକର୍ଷକ କରିବାକୁ ଆଲୋକମାଳାରେ ସୁଦୃଶ୍ୟ ମେଢ଼ ସହିତ ସଜ୍ଜିତ କରାଯାଇଛି | ଏହି ଅବସରରେ ପ୍ରତ୍ୟେକ ଦିନ ମା ଙ୍କ ନିକଟରେ ହୋମଯଜ୍ଞ, ଚଣ୍ଡୀପାଠ ସହ ସନ୍ଧ୍ୟା ଆରତୀ ଅନୁଷ୍ଠିତ ହେଉଛି | ଏଥି ନିମନ୍ତେ ଭଜନ ସମାରୋହ ଗତ ୬ତାରିଖ ଅନୁଷ୍ଠିତ ହୋଇଥିବା ବେଳେ ୭ତାରିଖରେ ଭୁବନେଶ୍ୱର ରୁ ଆସିଥିବା କଳାକାରମାନେ ପରିବେଷଣ କରିଥିଲେ ଡ୍ୟାନ୍ସ କାର୍ଯ୍ୟକ୍ରମ | ଗତକାଲି ରାତିରେ ଗଂଜାମ ଜିଲ୍ଲାର କଳାକାରମାନଙ୍କ ଦ୍ୱାରା ଭାରତ ଲୀଳା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମା କାଳୀଙ୍କ ମୃଣ୍ମୟ ପ୍ରତିମାକୁ ବିସର୍ଜନ କରାଯାଇଥିଲା |ଏଥିରେ କୈଳାସ କ୍ରସକା, ସୋମନାଥ କୈବର୍ତ୍ତ, ରବିନାରାୟଣ ଆଚାର୍ଯ୍ୟ, ପ୍ରଶାନ୍ତ ଦଳେଇ, ବ୍ରଜ ସୁନ୍ଦର ପାଣିଗ୍ରାହୀ,ନାନୁ ପଣ୍ଡାଙ୍କ ସହ ବହୁ ବ୍ୟକ୍ତି ସହଯୋଗ କରିଥିଲେ |

Comments are closed.