ଆଦିବାସୀ ମହୋତ୍ସବ “ପରବ ୨୦୧୮ “ପାଳନ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ଆଦିବାସୀ ସମାଜର ସଂସ୍କୃତି ଓ ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପାଳିତ ହେଉଛି ଲୋକମହୋତ୍ସବ “ପରବ” |

ବୈପାରୀଗୁଡା ବ୍ଲକ ସ୍ତରୀୟ ପରବ ସ୍ଥାନୀୟ ରାବଣପୋଡ଼ି ପଡିଆରେ ଅନୁଷ୍ଠିତ ହୋଇଯାଇଛି | ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବାସ ସିଂଙ୍କ ନେତୃତ୍ୱରେ ଦୁଇ ଦିନ ଧରି ପାଳିତ ହୋଇଥିବା ପରବ କୁ ପ୍ରଥା ଦିନରେ ପଂଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଉଦଘାଟନ କରିଥିଲେ | ସ୍ଥାନୀୟ ବିରଖମ୍ବ ପୋଲ ଠାରୁ ଏକ ବିଶାଳ ରାଲି ମାଧ୍ୟମରେ ପରବ ମଶାଲ ମୁଖ୍ୟ ମଞ୍ଚ କକୁ ଅଣାଯାଇଥିଲା | ଏହାପରେ ଗୀତ ନାଚ ଓ ଖେଳ ପ୍ରତିଯୋଗିତା କରାଯାଇଥିଲା | ଦ୍ଵିତୀୟ ଦିନରେ ଉଦଯାପନ ଉତ୍ସବରେ ଅତିଥି ମଧ୍ୟରୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ପଂଚାୟତ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତ, ହୀରାମଣି ପୂଜାରୀ, ଆଦିବାସୀ ଜାଗରଣ ବ୍ଲକ ସଭାପତି ନାରାୟଣ କଦମ୍ବଗୁଡିଅ, ସାଂସଦ ପ୍ରତିନିଧି ସାଥୀରମ ନାୟକ, ଓ ଆର.ଶ୍ରୀନିବାସ ଯୋଗ ଦେଇଥିଲେ | ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ ସ୍ତରୀୟ ସମସ୍ତ ସରକାରୀ, ବେସରକାରୀ, ଅନୁଷ୍ଠାନ , ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସ୍ବେଚ୍ଛେସେବୀ ଅନୁଷ୍ଠାନ ସହଯୋଗ କରିଥିଲେ |

Comments are closed.