ବୈପାରୀଗୁଡରେ ମସ୍କଟ “ଓଲି” କୁ ସ୍ୱାଗତ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ଆସନ୍ତା ୨୮ତାରିଖରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପର ମସ୍କଟ ଓଲିକୁ ବୈପାରୀଗୁଡା ଠାରେ ସ୍ୱାଗତ କରାଯାଇଛି |

ଗତକାଲି ଅପରାହ୍ନରେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ଠାରୁ ପରବ ମଞ୍ଚ ପର୍ଯ୍ୟନ୍ତ ମସ୍କଟ ଓଲି କୁ ସହର ପରିକ୍ରମା କରାଯାଇଛି | ପରବ ମଞ୍ଚରେ ମସ୍କଟ ଓଳିକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବାସ ସିଂ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ | ଆଜି ଠାରୁ ଦୁଇ ଦିନ ଧରି କୋରାପୁଟ ଜିଲ୍ଲା ରେ ମସ୍କଟ ଓଳିକୁ ସ୍ୱାଗତ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା ପ୍ରକାଶ କରିଥିଲେ | ଏଥିରେ ପି.ରମେଶ ପାତ୍ର, ଗୌରଚନ୍ଦ୍ର ପାତ୍ର,ଆର.ଦାମ୍ବିକ ରାଓ, ରାମ ଖିଲ ଓ ବିଜୁ ଯୁବ ବାହିନୀ ସହଯୋଗ କରିଥିଲେ |

Comments are closed.