ଅନ୍ତର୍ଜାତୀୟ ମାନବଧିକାର ପରିଷଦ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଦିବସ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ): ନବରଙ୍ଗପୁର ସ୍ଥିତ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାଶ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମାନବଧିକାର ପରିଷଦ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନାରାୟଣ ପଣ୍ଡା , ମୁଖ୍ୟ ବ୍ୟକ୍ତା ଅନ୍ତର୍ଜାତୀୟ ମାନବଧିକାର ପରିଷଦର ଜାତୀୟ ସମ୍ପାଦକ ନାସିତ ଅଫ୍ରୋଜ଼ , ସମାନ୍ନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ନିବେଦିତା ମହାନ୍ତି , ସମାଜସେବୀ ଓ ଜିଲ୍ଲା ଖାଉଟି ସୁରୁକ୍ଷା ଅଧିକାରୀ ଜଗନ୍ନାଥ ମହାପାତ୍ର , ସମାଜସେବୀ ମନୋରମା ମାଝୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ନିଜ ନିଜ ଅଭିଭାଷଣରେ ସମାଜରେ ନିଜର ଅଧିକାର ବିଷୟରେ ଜାଗୃତ ହେବା ସହ ଶିକ୍ଷା ଓ ମନୁଷ୍ୟର ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀ ଜିଲ୍ଲାରେ ସ୍କୁଲ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଛାତ୍ର ଓ ସାଧାରଣ ଲୋକଙ୍କ ର ମାନବଧିକାର କ୍ଷୁର୍ଣ୍ଣ ହେଉଛି ତେଣୁ ମାନବ ଅଧିକାରୀ ସମିତି ଏଥିପ୍ରତି କାମ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସମାଜସେବୀ ମୋନରମା ମାଝୀ ଓ ଜଗନାଥ ମହାପାତ୍ର ଓ ନବରଙ୍ଗପୁର ଜିଲ୍ଲା ସମିତି ସହ ରାଜ୍ୟର ମୋଟ ୩୧ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମାନ୍ନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୋର୍ଡ଼ର ଉପସଭାପତି ଅମିତାଵ ଦାସ, ଶିବ ସୁନ୍ଦର ସ୍ୱାଇଁ ,ସାଧାରଣ ସମ୍ପାଦକ ପ୍ରଣବ କୁମାର ବିଶ୍ବାଳ ,ଶିବ ନାରାୟଣ ପାତ୍ର , ଗୀତାଶ୍ରୀ ଦାସ , ସଂଜୀବ କୁମାର ମହାନ୍ତି ,ପ୍ରତାପ ପାଢ଼ୀ, ସୁଜାତା ପୁରୋହିତ , ଇପସୀତା ଦାସ , ସୁବ୍ରତ କୁମାର ନାୟକ , ପ୍ରତାପ ପାଢ଼ୀ , ଦେବାଶିଷ ମହାନ୍ତି , ସୁନୀଲ କୁମାର ମହାପାତ୍ର ,ଅବିନାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଅନ୍ତଜାତୀୟ ମାନବଧିକାର ସମିତିର ସଭାପତି ମଧୁସୂଦନ ସାହୁ ,ଉପସଭାପତି ଏ. ସତୀଶ ,ସମ୍ପାଦକ ଶ୍ରୀଧର ପାତ୍ର ,କାର୍ଯ୍ୟକାରୀ ସଭାପତି ସୁକାନ୍ତ ରଥ , ସହ ସମ୍ପାଦକ ସ୍ୱାଧୀନ ପଣ୍ଡା , ଉପଦେଷ୍ଟା ସୁବାଷ ଚନ୍ଦ୍ର ପାଳ ,ମହିଳା ଉପସଭାପତି ବିଜୟ ଲଷ୍ମୀ ସାମଲ , ବିଶ୍ୱନାଥ ରଥ, ଚିନ୍ନା ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ।

Comments are closed.