Advertisements

ପଦ୍ମପୁର ଠାରେ ପ୍ରେରଣାତ୍ମକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପଦ୍ମପୁର(ପ୍ରଭାତ ମିଶ୍ର): ରାୟଗଡା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଓ ଶିକ୍ଷାପ୍ରତି ଚିନ୍ତାଧାରାର ପ୍ରତିଫଳନ ସ୍ୱରୂପ ପଦ୍ମପୁର ଓ ଗୁଡାରି ଶିକ୍ଷା ମଣ୍ଡଳର ୫୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ନେଇ ସ୍ଥାନୀୟ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ଏକ ପ୍ରେରଣାତ୍ମକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ଶିବିରକୁ ଗୁଣୁପୁର ଉପଜିଲ୍ଲାପାଳ ବି.ଏସ ବଳିରାମ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ | ଉକ୍ତ ଶିବିରରେ ପଦ୍ମପୁର ବ୍ଲକ ଶିକ୍ଷାଅଧିକାରୀ ପ୍ରସନ୍ନ କୁମାର ନାୟକ ଓ ଏବିଇଓ ରାମଚନ୍ଦ୍ର ବେହେରା ଓ ସତ୍ୟନାରାୟଣ ନାୟକ ଏବଂ ଶିକ୍ଷାବିତ ଅବସର ପ୍ରାପ୍ତ ପ୍ରଫେସର ସତ୍ୟନାରାୟଣ ରଥ, ପ୍ରତାପ ଚନ୍ଦ୍ର ରାୟ, ଜଗନ୍ନାଥ ଚୋୖଧୁରୀ,ଅଧ୍ୟାପକ ଜବାହର ଚୌଧୁରୀ, ଶେଷ ସାଇ ସେନାପତି, ଅଧ୍ୟାପିକା ସଂଯୁକ୍ତ ଦେବୀ ପାଣିଗ୍ରାହୀ, ଓ ଶିକ୍ଷୟତ୍ରୀ ଅନିତା ଦାସ ଏହି ପ୍ରେରଣାତ୍ମକ ଶିବିରର ପରିଚାଳନା କରିଥିଲେ | ନିଜ ଭାଷଣରେ ଗୁଣୁପୁର ଉପଜିଲ୍ଲାପାଳ ଶିକ୍ଷକ ମାନଙ୍କ ଉଦ୍ୟମରେ ଜଣେ ମହାରାଷ୍ଟ୍ରର ଶିଶୁ କିଭଳି ଆଇଏଏସ ହୋଇପାରିଥିଲା ତା ଉପରେ ବ୍ୟାଖ୍ୟା କରିଥିଲେ | ଏହି ପରି ଉପସ୍ଥିତ ଶିକ୍ଷାବିତ ମାନେ ଶିକ୍ଷାରେ ଗାନ୍ଧୀଙ୍କ ଆଦର୍ଶବାଦୀ ଓ ଶାନ୍ତିରକ୍ଷା , ନୈତିକତା ଶିକ୍ଷା ବ୍ୟବହାରିକ ପରିବର୍ତନ , ସକାରାତ୍ମକ ଚିନ୍ତାଧାରାର ବିକାଶ ଭଳି ଅନେକ ଶିକ୍ଷା ସମ୍ବନ୍ଧୀୟ ବିଚାରଧାରାକୁ ଉପସ୍ଥାପନ କରିଥିଲେ | ଶିବିରରେ ବହୁ ସଂଖ୍ୟକ ଶିକ୍ଷକ ଅଧ୍ୟାପକ ଅଭିଭାବକ ଓ ଜନସାଧାରଣ ଯୋଗ ଦେଇଥିଲେ |

Advertisements

Comments are closed.