Related Contents

ବରଗଡ ଜିଲ୍ଲାରେ କାଳୀପୂଜା ପାଳିତ

ବରଗଡ (ଚିତ୍ତରଞ୍ଜନ ସାହୁ): ବରଗଡ ଜିଲ୍ଲା ବରଗଡ,ପଦ୍ମପୁର,କୁଚିପାଲି, ବରପାଲି ଠାରେ ମହାସମାରୋହରେ ମାଁ କାଳୀପୂଜା ଅନୁଷ୍ଠିତ ହୋଇଯାଇଥିବା ବେଳେ ବରପାଲି ଠାରେ ମାଁ କାଳି ଙ୍କ ୫୦ବର୍ଷ ପୂର୍ତ୍ତି ଅବସରରେ ତା-୬ ରୁ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ପ୍ରଥମେ କଳସ ଯାତ୍ରା ଅନୁଷ୍ଠିତ ହେବା ସାଙ୍ଗକୁ ମାଁ ଙ୍କ ପୁଜା ଆରମ୍ଭ ହୋଇଛି।ଏବଂ ପ୍ରତ୍ୟହ ଦିନ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା।ଉତ୍ସବ ଓଡିଶା ସରକାର ଙ୍କ ବିଭିନ୍ନ ମନ୍ତ୍ରୀ ,ବିଜେପି ର ବିଧାୟକ, କଂଗ୍ରେସ ବିଧାୟକ ପୂର୍ବତନ ମନ୍ତ୍ରୀ ମାନେ ଯୋଗଦାନ କରି ଉସବରେ ବିଶେଷ ଆକର୍ଷଣ ପାଲଟି ଯାଇଥିଲେ।ତା ସାଙ୍ଗକୁ ମିନବଜାର କଲାକୁଞ୍ଜ ମାନ ଅନୁଷ୍ଠିତ ହେବ ସାଙ୍ଗକୁ ଜିଲ୍ଲାରେ ପଶୁବଳି ପ୍ରଥା କୁ ବିରୋଧ କରି ଏଥର କିନ୍ତୁ କଖାରୁ ବଳୀରେ ମାଁ ଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। ଶେଷ ଦିନରେ ଦୁଲ ଦୁଲି ବଜା, ଘଣ୍ଟ ବଜା,ସଂକୀର୍ତ୍ତନ,କୃଷ୍ଣ ଗୁରୁ,ଡିଜେ,ବାଦ୍ୟରେ ମହାଡମ୍ବରରେ ମାଁ ଙ୍କ ଭାଷାଣି ଶୋଭାଯାତ୍ରା ହୋଇଯାଇଛି।

Comments are closed.