ଗୁଡାରିରେ ଉଦ୍ୟୋଗୀ ସଚେତନା ଶିବିର ଅନୁଷ୍ଠିତ

ଗୁଡାରି(ଲୋକନାଥ ସାହୁ): ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡାତରଫରୁ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଗୁଡାରି ପରିସରରେ ଏକ ଉଦ୍ୟୋଗୀ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସାଧାରଣ ପରିଚାଳକ ପ୍ରଦ୍ୟୁମ୍ନ କୁମାର ପରିଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜେ ଏକ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱାବଲମ୍ବନ ହେବାପାଇଁ ପରାମର୍ଶ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତ ପ୍ରତିଷ୍ଠାନ ରାୟଗଡାର ତାରଖି ସେନ ମେହେର ଯୋଗଦେଇ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ତାଲିମ ଓ ଜ୍ଞାନ କୌଶଳ ମାଗଣାରେ ବ୍ୟାଙ୍କ ତରଫରୁ ଦିଆଯାଉଥିବା ସୂଚନା ଦେଇଥିଲେ । ଗୁଡାରି ଶାଖା ପରିଚାଳକ ଶ୍ରୀ ସାମଲ ଯୋଗଦେଇ ବ୍ୟାଙ୍କରୁ କିପରି ସରଳ ଭାବରେ ଋଣ ମିଳିପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅମୂଲ୍ୟ ରଞ୍ଜନ ପ୍ରଧାନ ଆତ୍ମ ନିଯୁକ୍ତି ପାଇଁ ସୁବିଧା ସୁଯୋଗ ଦେଇଥିଲେ । ଏହାକୁ ଗୁଡାରି ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଲଳିତ ରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ । ଏଥିରେ ଅନୁଷ୍ଠାନ ସହ ଅନେକ ଲୋକ ଯୋଗଦେଇଥିଲେ।

Comments are closed.